ବଦଳିଲା UPSC ପରୀକ୍ଷା ନିୟମ

ବଦଳିଲା UPSC  ପରୀକ୍ଷା ନିୟମ
Samaya Live News Picture
Published On

ଭୁବନେଶ୍ୱର : ପରୀକ୍ଷା ନିୟମ ବଦଳାଇଲା UPSC I ସିଭିଲ ସର୍ଭିସ ପରୀକ୍ଷା ନିୟମରେ ପରିବର୍ତ୍ତନ କରିଛି ଭାରତୀୟ ଲୋକ ସେବା ଆୟୋଗ । ଯେଉଁମାନେ ପୂର୍ବରୁ ନିଜର ରାଙ୍କ ଉନ୍ନତ କରିବା କିମ୍ବା କ୍ୟାଡର ପରିବର୍ତ୍ତନ କରିବା ପାଇଁ ବାରମ୍ବାର ପରୀକ୍ଷା ଦେଉଥିଲେ, ସେମାନଙ୍କ ପାଇଁ ଏହା ଏକ ବଡ ଝଟ୍‌କା। ବାରମ୍ଵାର ପରୀକ୍ଷା ଦେଇପାରିବେ ନାହିଁ ପୂର୍ବରୁ ନିଯୁକ୍ତି ପାଇଥିବା IAS ଏବଂ IFS । ଗୁରୁବାର ଏକ ବିଜ୍ଞପ୍ତିରେ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ପ୍ରିଲିମି ଦେଇ IAS କିମ୍ବା IFS ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ ।

ଆୟୋଗ କହିଛନ୍ତି, " ସିଭିଲ ସର୍ଭିସ (ପ୍ରିଲିମ୍ସ) ପରୀକ୍ଷା ୨୦୨୬  ଶେଷ ହେବା ପରେ ଯଦି ଏପରି ପ୍ରାର୍ଥୀଙ୍କୁ IAS କିମ୍ବା IFSରେ ନିଯୁକ୍ତି କରାଯାଏ ଏବଂ ପ୍ରାର୍ଥୀ ସେହି ସେବାରେ ସଦସ୍ୟ ଥାନ୍ତି ତେବେ ପ୍ରିଲିମ୍ସରେ ପାସ୍‌ କରିଥିଲେ ମଧ୍ୟ ସେମାନେ ମେନ ପରୀକ୍ଷାରେ ଯୋଗ ଦେଇପାରିବେ ନାହିଁ । "

ଏହାବ୍ୟତୀତ, ଭାରତୀୟ ପୋଲିସ ସେବା (IPS)ପାଇଁ ନିୟମରେ କୁହାଯାଇଛି ଯେଉଁ ପ୍ରାର୍ଥୀ ମାନେ ପୂର୍ବରୁ ପରୀକ୍ଷା ମାଧ୍ୟମରେ IPSରେ ମନୋନୀତ କିମ୍ବା ନିଯୁକ୍ତ ହୋଇସାରିଛନ୍ତି ସେମାନେ CSE ୨୦୨୬ ର ଫଳାଫଳ ଆଧାରରେ ପୁନର୍ବାର ଆଇପିଏସ ବାଛିପାରିବେ ନାହିଁ କିମ୍ବା ସାମିଲ ହେବେ ନାହିଁ ।

ତଥାପି ୟୁପିଏସଏସି ସିଭିଲ ସର୍ଭିସ ଏକ୍ସାମ 2026 ମାଧ୍ୟମରେ ଆଇପିଏସ ତଥା ସେଣ୍ଟ୍ରାଲ ସର୍ଭିସ ଗ୍ରୁପ ଏ ପଦବୀ ପାଇଁ ଚୟନ କରାଯାଇଥିବା ପ୍ରାର୍ଥୀ ମାନଙ୍କୁ କିଛି ରିଲାସେସ୍କନ ଦେଇଛି । ଏହିପରି ପ୍ରାର୍ଥୀମାନେ ଯଦି ଯୋଗ୍ୟତା ସର୍ତ୍ତାବଳୀ ପୂରଣ କରିଥିବେ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ବାରା ତାଲିମରେ ଯୋଗଦାନରୁ ଯଦି ଛୁଟି ଦିଅନ୍ତି ତେବେ ସେମାନଙ୍କୁ CSE 2027 ପରୀକ୍ଷା ପାଇଁ ଅନୁମତି ଦିଆଯିବ ।

 

Tags: