୨୦୦୦ ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ୍ ହେଲା ଶୁଳ୍କ ଛାଡ଼

୨୦୦୦ ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ୍ ହେଲା ଶୁଳ୍କ ଛାଡ଼
Samaya Live News Picture
Published On

ନୂଆଦିଲ୍ଲୀ : ୟୁପିଆଇ ପେମେଣ୍ଟ୍କୁ ନେଇ ଆସିଲା ବଡ଼ ଖବର । ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାରରେ ଲାଗିବନି ଶୁଳ୍କ। ୟୁପିଆଇ ଓ ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ୍‌ରେ ବର୍ତ୍ତମାନ ଲାଗୁଥିବା ନିୟମ ଅନୁସାରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ କାରବାରରେ କୌଣସି ଶୁଳ୍କ ଲାଗିବ ନାହିଁ । ସେହିପରି ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ଜରିଆରେ ହେଉଥିବା ପେମେଣ୍ଟକୁ ନେଇ ନୂଆ ନିୟମ ଜାରି କରାଯାଇଛି । କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ କରିଛନ୍ତି। ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ ଅଧୀନରେ ଥିବା ଅଧିକାର ବ୍ୟବହାର କରି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

୨ ହଜାର ଟଙ୍କା ପର୍ୟ୍ୟନ୍ତ ଯୋଗ୍ୟ ୟୁପିଆଇ ପେମେଣ୍ଟ ଉପରେ ବ୍ୟାଙ୍କ ଏବଂ ପେମେଣ୍ଟ ସୁବିଧା ଯୋଗାଉଥିବା ସଂସ୍ଥା କୌଣସି ପ୍ରକାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଶୁଳ୍କ ଲଗାଇପାରିବେ ନାହିଁ । ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଏହି ନିୟମ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କ ସହ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ। ସରକାରଙ୍କର ଏ ବିଜ୍ଞପ୍ତି ଏକ ଦ୍ବନ୍ଦ୍ବ ସୃଷ୍ଟି କରିଛି । ଏକ ନିର୍ଦ୍ଦିଷ୍ଟ ପରିମାଣର ପେମେଣ୍ଟ ଉପରେ ଶୁଳ୍କ ଲାଗିବ ନାହିଁ ବୋଲି ସରକାର ସ୍ପଷ୍ଟ କରିବା ପରେ ତା ଠାରୁ ଅଧିକ ମୂଲ୍ୟର ପେମେଣ୍ଟ ଉପରେ ବ୍ୟାଙ୍କ୍ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଶୁଳ୍କ ଲଗାଇବା ଅନୁମତି ପାଇପାରନ୍ତି ବୋଲି କୁହାଯାଉଛି । 

 

Tags: