ଉତ୍ତରପ୍ରଦେଶର ବିଭିନ୍ନ ମସଜିଦରୁ ହଟିଲା ଲାଉଡସ୍ପିକର୍
ଉତ୍ତରପ୍ରଦେଶ: ଅପ୍ରେଲ ୨୮: ଲାଉଡ୍ସ୍ପିକର ବିବାଦ ମାମଲା । ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡସ୍ପିକର ହଟାଯାଇଛି । ଏହା ସହ ୩୫ ହଜାରରୁ ଅଧିକ ଲାଉଡ୍ସ୍ପିକରର ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡସ୍ପିକର […]
ଉତ୍ତରପ୍ରଦେଶ: ଅପ୍ରେଲ ୨୮: ଲାଉଡ୍ସ୍ପିକର ବିବାଦ ମାମଲା । ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡସ୍ପିକର ହଟାଯାଇଛି । ଏହା ସହ ୩୫ ହଜାରରୁ ଅଧିକ ଲାଉଡ୍ସ୍ପିକରର ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ । ଏହାପରେ ସଂପୃକ୍ତ ସ୍ଥଳର ଧର୍ମଗୁରୁମାନଙ୍କ ସହ ଆଲୋଚନା କରି କିଛି ଲାଉଡସ୍ପିକରକୁ ହଟାଇ ଦିଆଯାଇଥିବା ବେଳେ ଆଉ କିଛିର ଶବ୍ଦ ଯେପରି ପରିସର ଭିତରେ ହିଁ ସୀମିତ ରହେ ସେ ଦିଗରେ ପଦକ୍ଷେପ ନିଆଯାଇଛି । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ସମସ୍ତଙ୍କ ପାଇଁ ନିଜ ଧର୍ମ ରୀତି ନୀତି ଅନୁସାରେ ପୂଜାପାଠ କରିବାକୁ ସ୍ୱାଧୀନତା ଅଛି । ହେଲେ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନକରେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଲାଉଡସ୍ପିକର ବଜାଅ ହେଲେ ଶଦ୍ଦ ବାହାରକୁ ଆସିବ ନାହିଁ । ଏହାସହ ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଂଘନ କରୁଥିବା ଲାଉଡସ୍ପିକର ଗୁଡ଼ିକୁ ହଟାଇବାକୁ ବା ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।




