ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟ ହସ୍ପିଟାଲରେ ଭର୍ତ୍ତି 

ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟ ହସ୍ପିଟାଲରେ ଭର୍ତ୍ତି 
Samaya Live Desk Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ହଠାତ ଅସୁସ୍ଥ ହେ‌ାଇ ଯାଇଛନ୍ତି। ଦଳୀୟ ନେତାଙ୍କ ଅନୁଯାୟୀ ଅଜୟଙ୍କ ଶରୀରରେ ସୋଡିୟମ୍ ମାତ୍ରା କମ ଯିବାରୁ ସେ ବେହୋସ ହୋଇପଡ଼ିଥିଲେ ଏବଂ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।   ସାରା ଦିନ ସେ ଦଳୀୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ ଏବଂ ବିମାନବନ୍ଦର ମଧ୍ୟ ଯାଇଥିଲେ। ତେବେ ସନ୍ଧ୍ୟାରେ ସେ ତାଙ୍କ ବାସଭବନରେ ବେହୋସ ହୋଇପଡ଼ିଥିଲେ। ମେଦାନ୍ତ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ରାକେଶ କପୁର ପିଟିଆଇକୁ କହିଛନ୍ତି ଯେ ଶୁକ୍ରବାର ସନ୍ଧ୍ୟାରେ ରାୟ ତାଙ୍କ ଘରେ ପଡ଼ିଯାଇଥିଲେ ଏବଂ ପରେ ତାଙ୍କୁ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡିଛି ଯେ ରାୟଙ୍କ ସୋଡିୟମ ସ୍ତର କମି ଯାଇଛି ଏବଂ ରକ୍ତଚାପ ବୃଦ୍ଧି ପାଇଛି। ଡାକ୍ତରମାନେ ତୁରନ୍ତ ଚିକିତ୍ସା କରିଥିଲେ ଏବଂ ସେ ଏବେ ଯଥେଷ୍ଟ ଭଲ ହେଉଛନ୍ତି। 


 
Tags: