ବଜେଟ ଅଧିବେଶନ ୨୦୨୨

ଫେବୃଆରୀ ୧ ତାରିଖରେ ୨୦୨୨-୨୩ ବର୍ଷ ପାଇଁ ବଜେଟ ଡାକିବେ ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ। ଚଳିତ ବର୍ଷର ବଜେଟ ଅଧିବେଶନ ୨୦୧୪ରୁ ବିଜେପି ଶାସିତ ମୋଦି ସରକାରଙ୍କ ୧୦ମ ଉପସ୍ଥାପନ ହେବ । ୩୧ ଜାନୁଆରୀରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଉଭୟ ଗୃହରେ ଅଭିବାଦନ ଜଣାଇ ଏହା ଆରମ୍ଭ ହେବ ବୋଲି ଅତିରିକ୍ତ ସେକ୍ରେଟାରି ଜେନେରାଲ ମିନିଷ୍ଟ୍ରି ଅଫ୍‌ ପାର୍ଲିଆମେଣ୍ଟାରୀ ଆଫେଆର ତରଫରୁ କୁହାଯାଇଛି। ତେବେ ପ୍ରଥମ ଭାଗ ବଜେଟ ସେସନ ଜାନୁଆରୀ ୩୧ରୁ ଆରମ୍ଭ […]

Samaya Live Picture
Published On

ଫେବୃଆରୀ ୧ ତାରିଖରେ ୨୦୨୨-୨୩ ବର୍ଷ ପାଇଁ ବଜେଟ ଡାକିବେ ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ। ଚଳିତ ବର୍ଷର ବଜେଟ ଅଧିବେଶନ ୨୦୧୪ରୁ ବିଜେପି ଶାସିତ ମୋଦି ସରକାରଙ୍କ ୧୦ମ ଉପସ୍ଥାପନ ହେବ । ୩୧ ଜାନୁଆରୀରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଉଭୟ ଗୃହରେ ଅଭିବାଦନ ଜଣାଇ ଏହା ଆରମ୍ଭ ହେବ ବୋଲି ଅତିରିକ୍ତ ସେକ୍ରେଟାରି ଜେନେରାଲ ମିନିଷ୍ଟ୍ରି ଅଫ୍‌ ପାର୍ଲିଆମେଣ୍ଟାରୀ ଆଫେଆର ତରଫରୁ କୁହାଯାଇଛି। ତେବେ ପ୍ରଥମ ଭାଗ ବଜେଟ ସେସନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯନ୍ତ ଚାଲିବ। ସରକାରୀ ଅତ୍ୟାବଶ୍ୟକତା କାରଣରୁ ମାର୍ଚ୍ଚ ୩୧ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ପ୍ୟାନେଲ ଏକତ୍ରୀକରଣ କରାଯିବ ବୋଲି ସୂଚନା ରହିଛି। ତେବେ ଆଗକୁ ଜାନୁଆରୀ ୩୧ରେ କେନ୍ଦ୍ର ସଂସଦର ଅର୍ଥନୈତିକ ସର୍ଭେ ଉପରେ ଆଲୋକପାତ କରିବେ।

ଚଳିତ ବଜେଟ ଅଧିବେଶନରେ କୋଭିଡ-୧୯କୁ ନେଇ ଦେଶର ମୁକାବିଲା ଓ ଜିଡିପି ଆକଳନକୁ ନେଇ ବିଶେଷ ଭାବରେ ଆଲୋଚନା ହେବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଦେଶରେ ଲକଡାଉନ ପାଇଁ ଗ୍ରସ ଡୋମେଷ୍ଟିକ ପ୍ରଡକଫରେ ୨୦୨୦-୨୧ ପାଇଁ ଏହା ହ୍ରାସ ଘଟିଛି। ବର୍ତ୍ତମାନ ବର୍ଦ୍ଧିତ ଜିଡିପି ଏଫୱାଇ୨୧ ମାତ୍ର ୭.୩% ରହିଛି। ଏହାରି କାରଣରୁ ଗ୍ରୋଥ ରେଟ୍‌ ଭି-ସେପ୍‌ ରେ ଆଗକୁ ବଢି ୯.୨% ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ତେବେ ଏ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇପାରେ।

୨୦୨୦-୨୧ ବର୍ଷର ବଜେଟ ପ୍ରଥମ ଥର ପାଇଁ ପେପର ଲେସ୍‌ କରାଯାଇଥିଲା । ପୂର୍ବ ଥର ଅର୍ଥମନ୍ତ୍ରୀ ନିର୍ମଲା ସୀତା ରମଣ କାଗଜ-ବହି ପରିବର୍ତ୍ତେ ଟାବଲେଟର ବ୍ୟବହାର କରିଥିଲେ। ନିଦ୍ୱର୍ନ୍ଦରେ ବଜେଟ ସମ୍ବନ୍ଧିୟ ତଥ୍ୟ ପାଇବା ପାଇଁ ଫାଇନାନ୍ସ ମିନିଷcର ବଜେଟ ମୋବାଇଲ ଆପ୍‌ ର ମଧ୍ୟ ଆରମ୍ଭ କରିଥିଲେ। ଯେହେତୁ କୋଭିଡ ମହାମାରୀ ଦେଶର ଅର୍ଥନୀତିକୁ ଖସାଇ ଦେଇଛି ସେଥିପାଇଁ ୨୦୨୨ ଚଳିତ ଥରର ବଜେଟ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏଥି ନେଇ କଣ ନିଷ୍ପତ୍ତି ନିଆଯିବ ତାକୁ ସମସ୍ତଙ୍କ ନଜର ରହିଛି।