ନିର୍ମାଣାଧୀନ ପୋଲ ଭୁଶୁଡି ୬ମୃତ , ୩ଗୁରୁତର

ନିର୍ମାଣାଧୀନ ପୋଲ ଭୁଶୁଡି ୬ମୃତ , ୩ଗୁରୁତର
Samaya Live News Picture
Published On

ଉତ୍ତରପ୍ରଦେଶ :ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ହମିରପୁରରେ ଘଟିଛି ବଡ଼ ଦୁର୍ଘଟଣା। ପ୍ରବଳ ଝଡ଼ ବର୍ଷା ଯୋଗୁଁ ଏକ ନିର୍ମାଣାଧୀନ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଫଳରେ ସେଠାରେ କାମ କରୁଥିବା ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାସ୍ଥଳରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) କର୍ମଚାରୀମାନେ ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । 

ମୋରାକାନ୍ଦରରୁ କନ୍ଦୌର ଗ୍ରାମ ପର୍ଯ୍ୟନ୍ତ ବିସ୍ତୃତ ଏହି ପୋଲ ବେତୱା ନଦୀ ଉପରେ ନିର୍ମାଣ କରାଯାଉଥିଲା। ରାତି ପ୍ରାୟ ୨ଟା ସମୟରେ ଏହି ଘଟଣା ଘଟିଥିଲା, ଯେତେବେଳେ ସେତୁରେ କାମ ଚାଲିଥିଲା। କିଛି ଶ୍ରମିକ ବର୍ଷା ମଧ୍ୟରେ ଏକ ହାଇଡ୍ରା ମେସିନ ତଳେ ଠିଆ ହୋଇଥିଲେ।

ହମିରପୁର ପୋଲିସ ଅଧୀକ୍ଷକ ଅରବିନ୍ଦ କୁମାର ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ପୋଲିସ ସୂଚନା ଅନୁସାରେ, ମୃତକମାନେ ହେଲେ ଲୋକେନ୍ଦ୍ର ନିଷାଦ (୨୨), କୁଲଦୀପ ନିଷାଦ (୧୯), ସାୱନ୍ତ ଯାଦବ (୨୮), ସଭାଜିତ (୩୦) ଏବଂ ପୁଷ୍ପେନ୍ଦ୍ର ସିଂହ ଚୌହାନ (୩୪) । ଅନ୍ୟଜଣେ ଶ୍ରମିକ ରାଜେଶ ପାଲ (୪୨) ଫସି ରହିଛନ୍ତି ଏବଂ ତାଙ୍କୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି ।

Tags: