ମସ୍କୋରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ୭ ମୃତ

ମସ୍କୋରେ ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ ୭ ମୃତ
Samaya Live Desk Picture
Published On

ମସ୍କୋ: ମ‌ସ୍କୋର ଏକ ଶିଳ୍ପାଞ୍ଚଳରେ ୟୁକ୍ରେନ ଗତକାଲି ରାତି ସାରା ଡ୍ରୋନ୍‌ ଆକ୍ରମଣ କରିଛି ଏବଂ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଞ୍ଚଳିକ ଗଭର୍ନର ଆଣ୍ଡ୍ରେ ‌ବୋରବ୍ୟଭ ଏକ ପୋଷ୍ଟ କରି ଏହା ସ୍ପଷ୍ଟ କରିଛନ୍ତି। ଆକ୍ରମଣରେ ୧୦ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ରାଜଧାନୀର ଦକ୍ଷିଣରେ ଥିବା ଚେଖୋବ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଏହା ଗତକାଲି ରାତିରେ ପାଖାପାଖି ୩୨୦ଟି ୟୁ‌କ୍ରେନ ଡ୍ରୋନ୍‌କୁ ଖସାଇ ଦେଇଛି। ଲେନିନଗ୍ରାଡ ଗଭର୍ନର ଅଲେକଜାଣ୍ଡର ଡ୍ରୋଜ‌ଡେଙ୍କୋ କହିଛନ୍ତି, ଉକ୍ତ ଅଞ୍ଚଳରେ ୧୭ଟି ୟୁକ୍ରେନ ଡ୍ରୋନ୍‌ ଖସାଯାଇଛି। କ୍ରାସ୍‌ନି ବୋର୍‌ର ଓୟାର୍‌ହାଉସ୍‌ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି। ଉଲ୍ଲେଖଯୋଗ୍ୟ, ଦକ୍ଷିଣ ରୁଷ୍‌ରେ ସୋମବାର ୟୁକ୍ରେନର ଏକ ଡ୍ରୋନ୍‌ ପଡ଼ି ବିସ୍ଫୋରଣ ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଏହାର ଦିନକ ପରେ ମସ୍କୋର ଶିଳ୍ପାଞ୍ଚଳରେ ଆକ୍ରମଣ ହୋଇଛି। ଅନ୍ୟପକ୍ଷେ ୟୁକ୍ରେନ ବାୟୁସେନା କହିଛି ଯେ ରୁଷ୍‌ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଦେଶକୁ ୧୩୬ଟି ଡ୍ରୋନ୍‌ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ର ଛାଡ଼ିଛି। ଏଥି ମଧ୍ୟରୁ ୧୧୭ଟି ଡ୍ରୋନ୍‌କୁ ଫଳପ୍ରଦ ଭାବେ ଖସାଯାଇଛି ବୋଲି ୟୁକ୍ରେନ ଦାବି କରିଛି।

Tags: