ଉରିରେ ଗ୍ରେନେଡ୍ ବିସ୍ଫୋରଣରେ ୨ ଯବାନ ସହିଦ
ଶ୍ରୀନଗର : ଜମ୍ମୁ କାଶ୍ମୀର ଉରିର କମଲକୋଟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଗ୍ରେନେଡ୍ ବିସ୍ଫୋରଣ ହୋଇ ୨ ଜଣ ଯବାନ ସହିଦ ହୋଇଛନ୍ତି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ, ଉରିର କମଲକୋଟରେ ନିୟନ୍ତ୍ରଣ ରେଖାନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ସହିଦ ଯବାନମାନଙ୍କୁ ମହାରାଷ୍ଟ୍ରର ଏରୋଲିର ବାସିନ୍ଦା ଚଭନ ବିକ୍ରମ ବାଲକୃଷ୍ଣ ଏବଂ ମହାରାଷ୍ଟ୍ରର ସତାରା ଜିଲ୍ଲାର କରାଡ ତହସିଲର ଶାହପୁରର ବାସିନ୍ଦା ଅର୍ଜୁନ ଜାଧବ ରାଜେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି। ଅଧିକାରୀମାନେ କହିଛନ୍ତି, କମଲକୋଟ ଶିବିରରେ ନିୟମିତ ଉପକରଣ ହସ୍ତାନ୍ତର ସମୟରେ ଏହି ଘଟଣା ଘଟିଛି।। ଏକ ହ୍ୟାଣ୍ଡ୍ ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା।
Tags:



