ଡାଭୋସ ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି , ଅଧା ବାଟରୁ ଫେରିଲେ ଟ୍ରମ୍ପ  

ଡାଭୋସ ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି , ଅଧା ବାଟରୁ ଫେରିଲେ ଟ୍ରମ୍ପ   

ୱାସିଂଟନ: ବୁଧବାର ସକାଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିମାନରେ ଡାଭୋସ ଯାତ୍ରା କରୁଥିଲେ। କିନ୍ତୁ ମଝି ଆକାଶରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେ ଅଧାବାଟରୁ ଫେରି ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ,  ଟ୍ରମ୍ପଙ୍କ ବିମାନ ଉଡ଼ାଣ ପରେ କ୍ରୁ ଏକ ସାମାନ୍ୟ ବୈଦ୍ୟୁତିକ ସମସ୍ୟା ଚିହ୍ନଟ କରିଥିଲେ। ତୁରନ୍ତ ସତର୍କତା ସ୍ୱରୂପ, ବିମାନକୁ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌କୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ଟ୍ରମ୍ପ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଏବଂ ଅନ୍ୟ ଏକ ବିମାନରେ ‌ଡାଭୋସକୁ ଯାତ୍ରା କରିଛନ୍ତି।  ଡୋନାଲ୍ଡ ଟ୍ରମ୍ପଙ୍କ ବିମାନରେ ଆମେରିକୀୟ ପ୍ରତୀକ ଜାତୀୟ ପତାକା ରହିଛି। ଏହି ବିମାନର ଅନନ୍ୟ ବୈଶିଷ୍ଟ୍ୟ ହେଉଛି ମଝି ଆକାଶରେ ଇନ୍ଧନ ଭରିବାର କ୍ଷମତା। ଆକ୍ରମଣ ହେଲେ ଏହା ଏକ ମୋବାଇଲ୍ କମାଣ୍ଡ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିପାରିବ। ଏହି କାରଣରୁ ଏହାକୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଥାଏ। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (ଡବ୍ଲୁଇଏଫ୍‌) ଏହାର ବାର୍ଷିକ ବୈଠକ ଆୟୋଜନ କରୁଛି। ଏନେଇ ବିଶ୍ୱର ୫୦ ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟ ନେତାମାନେ ଯୋଗ ଦେଉଛନ୍ତି।

ସମ୍ବନ୍ଧିତ ଖବର ମୋଦୀ ଜଣେ ଚମତ୍କାର ବ୍ୟକ୍ତି : ଟ୍ରମ୍ପ

Tags: