ରୁଷ୍‌-ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ୟୁଏଇ‌ରେ ତ୍ରିପାକ୍ଷିକ ବୈଠକ

ରୁଷ୍‌-ୟୁକ୍ରେନ ଯୁଦ୍ଧ ଶେଷ ପାଇଁ ୟୁଏଇ‌ରେ ତ୍ରିପାକ୍ଷିକ ବୈଠକ

ନୂଆଦିଲ୍ଲୀ : ରୁଷ୍‌- ୟୁକ୍ରେନ ମଧ୍ୟରେ ପାଖାପାଖି ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ପାଇଁ ୟୁକ୍ରେନ, ରୁ‌ଷ୍‌ ଆମେରିକା ମଧ୍ୟରେ ଆଜିଠାରୁ ୨ ଦିନ ଧରି ତ୍ରିପାକ୍ଷିକ ବୈଠକ ଚାଲିବ।  ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏନେଇ ଘୋଷଣା କରି କହିଛନ୍ତି ଯେ    ପ୍ରଥମ ଥର ପାଇଁ ୩ ରାଷ୍ଟ୍ରର ଅଧିକାରୀଙ୍କ ମଧ୍ୟରେ  ତ୍ରିପାକ୍ଷିକ ବୈଠକ ହେବ। ଗୁରୁବାର ଦିନ ଡାଭୋସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ପରେ ଜେଲେନସ୍କି କହିଛନ୍ତି ଯେ, "ୟୁକ୍ରେନ ପାଇଁ ସୁରକ୍ଷା ଗ୍ୟାରେଣ୍ଟିର ସର୍ତ୍ତାବଳି ଚୂଡ଼ାନ୍ତ ହୋଇଛି। ଯୁଦ୍ଧ ପରେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଏକ ଚୁକ୍ତି ପ୍ରାୟ ପ୍ରସ୍ତୁତ ହୋଇଛି। ଏଥିରେ କିଭ୍-ସମର୍ଥିତ ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ବ ଦିଆଯାଇଛି। ଆମେରିକା ଦ୍ବାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରସ୍ତାବରେ ମସ୍କୋର ଦାବି ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା। ଆବୁ ଧାବିରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ ବୋଲି ଜେଲେନସ୍କି ସୂଚନା ଦେଇଥିବାବେଳେ ଏହା ଭଲ ହେବ ବୋଲି ସେ କହିଛନ୍ତି। 

  

ସମ୍ବନ୍ଧିତ ଖବର  ଜେଲ୍‌ରେ ହତ୍ୟା ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ, ଲିଭ୍‌ ଇନ୍‌ , ବିବାହ ପାଇଁ ଅନୁମତି ଦେଲେ ହାଇକୋର୍ଟ

Tags: