୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେକୁ ଟପିଲା
ଦିଲ୍ଲୀ: ଜାନୁଆରୀ ୦୭ : ଧୀରେ ଧୀରେ ଦେଶରେ କରୋନା ପୁଣି ତା’ର ପ୍ରକୋପ ବିସ୍ତାର କରିବାକୁ ଲାଗିଲାଣି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୭ ହଜାର ୧୦୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୦, ୮୩୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୭.୫୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୭୧ ହଜାର […]
ଦିଲ୍ଲୀ: ଜାନୁଆରୀ ୦୭ : ଧୀରେ ଧୀରେ ଦେଶରେ କରୋନା ପୁଣି ତା’ର ପ୍ରକୋପ ବିସ୍ତାର କରିବାକୁ ଲାଗିଲାଣି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୭ ହଜାର ୧୦୦ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୦, ୮୩୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୭.୫୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୭୧ ହଜାର ୮୪୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୭୧ ହଜାର ୩୬୩ ରହିଛି ଏବଂ ୩୦୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୪. ୫୪ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୭. ୭୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୪୯ .୬୬ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ, ଦେଶରେ ୩, ୦୦୭ ଜଣ ଓମିକ୍ରନ୍ରେ ସଂକ୍ରମିତ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୧, ୧୯୯ ଜଣ ସୁସ୍ଥ ହୋଇସାରିଛନ୍ତି ।




