ଦେଶରେ ବଢ଼ିଛୁ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୩୭, ୩୭୯ ସଂକ୍ରମିତ, ଓମିକ୍ରମନ୍ଙ୍କ ସଂଖ୍ୟା ୧, ୮୯୨କୁ ବୃଦ୍ଧି
ଦିଲ୍ଲୀ: ଜାନୁଆରୀ ୦୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭, ୩୭୯ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୧, ୦୦୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୧୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୦୬ ହଜାର ୪୧୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୧ […]
ଦିଲ୍ଲୀ: ଜାନୁଆରୀ ୦୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭, ୩୭୯ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୧, ୦୦୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮.୧୩ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୦୬ ହଜାର ୪୧୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ୮୩୦ ରହିଛି ଏବଂ ୧୨୪ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮୨ ହଜାର ୦୧୭ କୁ ବୃଦ୍ଧି ପାଇଛି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୩. ୨୪ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୪୬ .୭୦ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।
ଅନ୍ୟପକ୍ଷରେ, ଦେଶରେ ୧,୮୯୨ ଜଣ ଓମିକ୍ରନ୍ରେ ସଂକ୍ରମିତ ହୋଇସାରିଲେଣି । ଏମାନଙ୍କ ମଧ୍ୟରୁ ୭୬୬ ଜଣ ସୁସ୍ଥ ହୋଇସାରିଛନ୍ତି ।




