୨୪ ଘଣ୍ଟାରେ ଦେଶରେ ୬, ୫୬୩ କରୋନା ସଂକ୍ରମିତ ଏବଂ ୧୩୨ ମୃତ

ଦିଲ୍ଲୀ: ଡିସେମ୍ବର ୨୦ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୫୬୩ ରହିଛି । ୨୪ ଘଣ୍ଟା ମଧ୍ୟରେ ୮, ୦୭୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୧ ଲକ୍ଷ ୮୭ ହଜାର ୦୧୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮୨ […]

Samaya Live Picture
Published On

ଦିଲ୍ଲୀ: ଡିସେମ୍ବର ୨୦ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬, ୫୬୩ ରହିଛି । ୨୪ ଘଣ୍ଟା ମଧ୍ୟରେ ୮, ୦୭୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ସୁସ୍ଥତା ହାର ୯୮. ୩୯ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୪୧ ଲକ୍ଷ ୮୭ ହଜାର ୦୧୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୮୨ ହଜାର ୨୬୭ ରହିଛି । ୨୪ ଘଣ୍ଟାରେ ଦେଶରେ ୧୩୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ମୋଟ ୪ ଲକ୍ଷ ୭୭ ହଜାର ୫୫୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।

ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୬୦ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୦. ୭୫ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୧୩୭.୬୭ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।