୨୪ ଘଣ୍ଟାରେ ଦେଶରେ ୮, ୮୬୫ କରୋନା ସଂକ୍ରମିତ ଓ ୧୧, ୯୭୧ ସୁସ୍ଥ
ଦିଲ୍ଲୀ: ନଭେମ୍ବର ୧୬: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୮୬୫ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୧, ୯୭୧ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମତିଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮. ୨୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୮ ଲକ୍ଷ ୬୧ ହଜାର ୭୫୬ ଜଣ କରୋନାରୁ […]
ଦିଲ୍ଲୀ: ନଭେମ୍ବର ୧୬: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮, ୮୬୫ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୧, ୯୭୧ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମତିଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮. ୨୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୮ ଲକ୍ଷ ୬୧ ହଜାର ୭୫୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୦ ହଜାର ୭୯୩ ରହିଛି । ୨୪ ଘଣ୍ଟାରେ ଦେଶରେ ୧୯୭ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଥିଲା ବେଳେ ଏମାନଙ୍କୁ ମିଶାଇ ଏବେ ମୋଟ ୪ ଲକ୍ଷ ୬୩ ହଜାର ୮୫୨ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୯୭ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୦.୮୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୧୧୨. ୯୭ କୋଟି ଲୋକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।




