୨୪ ଘଣ୍ଟାରେ ଦେଶରେ ୧୧, ୪୬୬ କରୋନା ସଂକ୍ରମିତ ଓ ୧୧, ୯୬୧ ସୁସ୍ଥ
ଦିଲ୍ଲୀ: ନଭେମ୍ବର ୧୦: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧, ୪୬୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୧, ୯୬୧ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୮୭ ହଜାର ୦୪୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୬୮୩ ରହିଛି । ଅନ୍ୟପକ୍ଷେ, ଗତ ୨୪ […]
ଦିଲ୍ଲୀ: ନଭେମ୍ବର ୧୦: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧, ୪୬୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୧, ୯୬୧ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୮୭ ହଜାର ୦୪୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୬୮୩ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୪୬୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୪ଲକ୍ଷ ୬୧ ହଜାର ୮୪୯ କରୋନା ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି । ଦେଶରେ ସପ୍ତାହିକ ସଂକ୍ରମଣ ହାର ୧.୨୦ ପ୍ରତିଶତ ରହିଥିଲା ବେଳେ ଦୈନିକ ସଂକ୍ରମଣ ହାର ୦.୯୦ ପ୍ରତିଶତ ରହିଛି ।
ଦେଶରେ ମୋଟ୍ ୧୦୯ କୋଟି ୬୩ ଲକ୍ଷରୁ ଅଧିକ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି ।




