ଦେଶରେ କମୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୧୫, ୭୫୪ ସଂକ୍ରମିତ ଚିହ୍ନଟ ଓ ୪୭ ମୃତ
ଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୭୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୪୩ ଲକ୍ଷ ୧୪ ହଜାର ୬୧୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । କର୍ଣ୍ଣାଟକରେ ସର୍ବାଧିକ ୨ , ୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ୨, ୨୪୬, ଦିଲ୍ଲୀରେ ୧, ୯୬୪ ଓ କେରଳରେ ୧, ୨୩୯ […]
ଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୭୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪ କୋଟି ୪୩ ଲକ୍ଷ ୧୪ ହଜାର ୬୧୮ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
କର୍ଣ୍ଣାଟକରେ ସର୍ବାଧିକ ୨ , ୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମହାରାଷ୍ଟ୍ରରେ ୨, ୨୪୬, ଦିଲ୍ଲୀରେ ୧, ୯୬୪ ଓ କେରଳରେ ୧, ୨୩୯ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ଏକ ଲକ୍ଷ ଏକ ହଜାର ୮୩୦ ଜଣ ସକ୍ରିୟ ରୋଗୀ ରହିଛନ୍ତି ।
ଅନ୍ୟପକ୍ଷରେ, ଆଜି ୧୫ ହଜାର ୨୨୦ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୬ ଲକ୍ଷ ୮୫ ହଜାର ୫୩୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ୪୭ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟ; ଦେଶରେ ୫ ଲକ୍ଷ ୨୭ ହଜାର ୨୫୩ ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି ।




