ଉତ୍ତରପ୍ରଦେଶ ବିଧାନସଭାରେ ଆଜି ମହିଳାଙ୍କ ଦିନ

ଉତ୍ତରପ୍ରଦେଶ : ମହିଳାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ବିଧାନସଭା ନେଇଛି ପ୍ରଥମ ପଦକ୍ଷେପ I ଆଜି ଦିନଟିକୁ ବିଧାନସଭାରେ ମହିଳା ବିଧାୟକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି I ଆଜି କେବଳ ମହିଳାମାନେ କହିବେ ଆଉ ପୁରୁଷ ମାନେ ଶୁଣିବେ । ମହିଳା ମାନେ ହିଁ ପଚାରିବେ ପ୍ରଶ୍ନ । ତେଣୁ ଆଜିଦିନଟିକୁ ଗୃହରେ ମହିଳା-କେନ୍ଦ୍ରିକ ପ୍ରସଙ୍ଗ କହିବା ଏବଂ ଉଠାଇବା ପାଇଁ ସଂରକ୍ଷିତ ରଖିବାକୁ ସ୍ଥିର ହୋଇଛି। ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇପାରିବେ […]

Samaya Live Picture
Published On

ଉତ୍ତରପ୍ରଦେଶ : ମହିଳାଙ୍କ ସମ୍ମାନାର୍ଥେ ଉତ୍ତରପ୍ରଦେଶ ବିଧାନସଭା ନେଇଛି ପ୍ରଥମ ପଦକ୍ଷେପ I ଆଜି ଦିନଟିକୁ ବିଧାନସଭାରେ ମହିଳା ବିଧାୟକମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି I ଆଜି କେବଳ ମହିଳାମାନେ କହିବେ ଆଉ ପୁରୁଷ ମାନେ ଶୁଣିବେ । ମହିଳା ମାନେ ହିଁ ପଚାରିବେ ପ୍ରଶ୍ନ । ତେଣୁ ଆଜିଦିନଟିକୁ ଗୃହରେ ମହିଳା-କେନ୍ଦ୍ରିକ ପ୍ରସଙ୍ଗ କହିବା ଏବଂ ଉଠାଇବା ପାଇଁ ସଂରକ୍ଷିତ ରଖିବାକୁ ସ୍ଥିର ହୋଇଛି। ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇପାରିବେ । ଏଥିସହ ତାଙ୍କ ବିଧାନସଭା ସମ୍ପର୍କିତ ମଧ୍ୟ ପ୍ରଶ୍ନ ପଚାରିପାରିବେ । ମହିଳା ବିଧାୟକଙ୍କୁ ତିନି ମିନିଟ୍ ଲେଖାଏଁ କହିବାର ସୁଯୋଗ ମିଳିବ ।

ଏହି ଐତିହାସିକ ମୂହୁର୍ତ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଶନ ଶକ୍ତି ଯୋଜନା ଅଧୀନରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଚିଠି ଲେଖି ଜଣାଇଛନ୍ତି I ବିଧାନସଭା ବାଚସ୍ପତି ସତୀଶ ମହାନା କହିଛନ୍ତି ଯେ ପ୍ରଶ୍ନ ସମୟରେ ମହିଳା ସଦସ୍ୟଙ୍କୁ କହିବାକୁ ଅନୁମତି ଦିଆଯିବ। ବିଧାନସଭା ବାଚସ୍ପତି ସତୀଶ ମହାନା ଗୃହକୁ ସୂଚନାଦେଇ କହିଛନ୍ତି ଯେ ମହିଳା ସଦସ୍ୟଙ୍କ ପାଇଁ ୨୨ ସେପ୍ଟେମ୍ବର ଦିନଟିକୁ ସଂରକ୍ଷଣ କରିବାର ନିଷ୍ପତ୍ତି ୧୯ ସେପ୍ଟେମ୍ବରରେ ଗୃହର ବ୍ୟବସାୟ ପରାମର୍ଶଦାତା କମିଟି ବୈଠକରେ ନିଆଯାଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କର ପ୍ରଶ୍ନଉତ୍ତର ଶୁଣିବାପାଇଁ ଉପସ୍ଥତ ରହିବେ I ମହିଳାମାନେ ନିଜ ନିଜ ବକ୍ତବ୍ୟ ରଖିବା ପାଇଁ ପ୍ରତ୍ୟକଙ୍କୁ ୮-୮ ମିନିଟ ଲେଖାଏଁ ସମୟ ଦିଆଯିବ I ସୂଚନାନୁସାରେ ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ୪୭ଜଣ ମହିଳା ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ବାଚସ୍ପତିଙ୍କୁ ଅନୁରୋଧ କରିତିଳେ ଯେ ଗୁରୁବାର ଦିନ ୟୁପି ବିଧାନସଭାର କର୍ମକର୍ତ୍ତା ମଧ୍ୟ ମହିଳା ହେବା ଉଚିତ୍ । ଏହା ସହିତ ସୁରେଶ ଖାନ୍ନା କହିଛନ୍ତି ଯେ, ଗୃହର ପ୍ରକ୍ରିୟା ବିଷୟରେ ଆଲୋକପାତ କରୁଥିବା ଗଣମାଧ୍ୟମ ବ୍ୟକ୍ତିମାନେ ମଧ୍ୟ ମହିଳା ହେବା ଉଚିତ୍ |