ଟିଏମ୍‌ସି ବାରାସାତ ଜିଲ୍ଲା କମିଟି ସଭାପତି ପଦରୁ ଇସ୍ତଫା ଦେଲେ କାକଳି ଦସ୍ତିଦାର

ଟିଏମ୍‌ସି ବାରାସାତ ଜିଲ୍ଲା କମିଟି ସଭାପତି ପଦରୁ ଇସ୍ତଫା ଦେଲେ କାକଳି ଦସ୍ତିଦାର
Samaya Live Desk Picture
Published On

କୋଲକାତା:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବଡ଼ଧରଣ ପରେ ଦଳରେ ବଡ଼ ଧରଣର ଅସ୍ଥିରତା ଦେଖାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା ଲୋକସଭା ସାଂସଦ କାକଳି ଘୋଷ ଦସ୍ତିଦାର ବାରାସାତ୍‌ ଜିଲ୍ଲା କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନରେ ପରାଜୟ ପାଇଁ ଆଇପ୍ୟାକ୍‌କୁ ଦାୟୀ କରି କାକଳି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ଆଇପ୍ୟାକ୍‌ ଟିମ୍‌ ଦ୍ବାରା ତାଙ୍କ ଉପରେ ଚାପ ପକାଯାଇଥିଲା, ଯଦ୍ଦ୍ବାରା ଦଳର କାର୍ଯ୍ୟଧାରା ପ୍ରଭାବିତ ହୋଇଥିଲା।

କାକଳି ଚିଠି ଲେଖି ଜଣାଇଛନ୍ତି ଯେ, ଗତ କିଛି ଦିନ ହେଲା ପଶ୍ଚିମବଙ୍ଗରେ ଅପରାଧ ଓ ଦୁର୍ନୀତି ଘଟଣାକୁ ନେଇ ଲୋକଙ୍କ ମନରେ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଭୟ ଦେଖାଯାଇଥିଲା। ଗଣତନ୍ତ୍ରରେ ଉତ୍ତରଦାୟୀ ହେବା, ଲୋକଙ୍କ ପ୍ରତି ଦାୟିତ୍ବବୋଧ ରହିବା ଓ ନୈତିକତାକୁ ଗୁରୁତ୍ବ ଦେବା ଜରୁରୀ। ବିଧାନସଭା ନିର୍ବାଚନରେ ଜିଲ୍ଲାରେ ଦଳ ଆଶା ଅନୁଯାୟୀ ପ୍ରଦର୍ଶନ କରି ନ ଥିଲା। ବାରାସାତରେ ଟିଏମ୍‌ସି ପରାଜୟ ପାଇଁ ସେ ନିଜକୁ ନୈତିକ ଭାବେ ଦାୟୀ କରି ଜିଲ୍ଲା କମିଟି ସଭାପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ  କିଛି ଦିନ ତଳେ ମମତା କାକଳିଙ୍କୁ ଲୋକସଭାରେ ଦଳର ମୁଖ୍ୟ ସଚେତକ ପଦରୁ ହଟେଇ କଲ୍ୟାଣ ବାନାର୍ଜୀଙ୍କୁ ପୁଣି ଥରେ ଏହି ଦାୟିତ୍ବ ଦେଇଥିବାବେଳେ କାକଳି ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ।

Tags: