ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ତ୍ୱପୂର୍ଣ୍ଣ ବିଲ୍

ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ତ୍ୱପୂର୍ଣ୍ଣ ବିଲ୍
Samaya Live News Picture
Published On

ନୂଆଦିଲ୍ଲୀ: ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ । ଏହି ସମୟ ମଧ୍ୟରେ ପାରିତ ହେବ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ । ଲୋକସଭା ଆସନ ବୃଦ୍ଧି, ନିର୍ବାଚନମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ' ବିଲ ଆଗତ ହେବ । ୨ଟି ବିଲ ଆଗତ କଲେ ଅର୍ଜୁନ ମେଘ ୱାଲ ଏବଂ ଗୋଟିଏ ବିଲ ଗୃହମନ୍ତ୍ରୀ ଅମିତ ଶାହ ଆଗତ କରିଛନ୍ତି । ୧୩୧ତମ ସମ୍ବିଧାନ ସଂଶୋଧନ ୨୦୨୬ ଏବଂ ଡ଼ିଲିମିଟେସନ ୨୦୨୬ବିଲ ଆଗତ କରିଛନ୍ତି ଅର୍ଜୁନ ମେଘୱାଲ । ସେହିପରି କେନ୍ଦ୍ରଶାସିତ ଅଂଚଳ ଆଇନ ସଂଶୋଧନ ବିଲ ୨୦୨୬ବିଲ ଆଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ୧୮ଘଣ୍ଟା ଚାଲିବ ବିତର୍କ, ଆସନ୍ତା କଲି ୪ଟାରେ ହେବ ଭୋଟ । ଏନେଇ ସୂଚନା ଦେଇଛନି ଲୋକସଭା ବାଚସ୍ପତି । ୨୦୨୯ ଲୋକସଭା ନିର୍ବାଚନରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  ବିଲ୍ ଆଗତ ପରେ ଜୋରସୋର ଚାଲିଛି ଚର୍ଚ୍ଚା ।

ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୫୫୦ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିମଧ୍ୟରୁ ୮୧୫ଟି ଆସନ ରାଜ୍ୟଗୁଡ଼ିକ ପାଇଁ ଏବଂ ୩୫ଟି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରହିବ ।  ୮୫୦ଟି ଆସନ ମଧ୍ୟରୁ ପ୍ରାୟ ୨୮୩ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ଏଥିରେ SC/ST ମହିଳାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କୋଟା ରହିବ । ୨୦୧୧ ଜନଗଣନା ଆଧାରରେ ନୂତନ ଭାବେ ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ସ୍ଥିର କରାଯାଇପାରେ ।

ସେପଟେ, ଇଣ୍ଡିଆ ମେଣ୍ଚ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ କରିଛି । ଏହା ଦ୍ଵାରା କେତେକ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ଵ ବଢୁଥିବା ବେଳେ କେତେକ ରାଜ୍ୟର ପ୍ରତିନିଧିତ୍ଵ ହ୍ରାସ ପାଉଥିବା ଇଣ୍ଡିଆ ମେଣ୍ଚ ଅଭିଯୋଗ କରୁଛି । ବିଶେଷ କରି ଦକ୍ଷିଣର ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନେଇଛନ୍ତି, ସେମାନଙ୍କର ପ୍ରତିନିଧିତ୍ଵ କମିବ। ତେଣୁ ସେମାନେ ବିରୋଧ କରୁଛନ୍ତି। ବିଲ ଆଗତ ହେବ କି ନାହିଁ, ତା ଉପରେ ହୋଇଥିଲା ଭୋଟିଂ। ସପକ୍ଷରେ ୨୦୭ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ଭୋଟ ଦେଇଥିଲେ ୧୨୬ ଜଣ। ୮୮ ଜଣ ଅନୁପସ୍ଥିତ କରିଥିଲେ।

 

Tags: