ଚିନ୍ତନ ଶିବିର ବୈଠକ ରେ ‘ପଞ୍ଚପ୍ରାଣ’ ର ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ
ନୁଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ଦେଶର ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ନେଇ ଦୁଇ ଦିନିଆ ଚିନ୍ତନ ଶିବିର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଚିନ୍ତନ ଶିବିରର ଆଜି ଶେଷ ଦିନ Iଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଭଲ ପଦକ୍ଷେପ ପାଇଁ ରାଜ୍ୟମାନେ ପରସ୍ପରଠାରୁ ଶିଖିବା ଆବଶ୍ୟକ। ଏହି ସମୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର ଗୃହ ସଚିବ ଡିଜିପି, […]
ନୁଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ସୁରଜକୁଣ୍ଡରେ ଆୟୋଜିତ ଦେଶର ସମସ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କୁ ନେଇ ଦୁଇ ଦିନିଆ ଚିନ୍ତନ ଶିବିର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଚିନ୍ତନ ଶିବିରର ଆଜି ଶେଷ ଦିନ Iଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଭଲ ପଦକ୍ଷେପ ପାଇଁ ରାଜ୍ୟମାନେ ପରସ୍ପରଠାରୁ ଶିଖିବା ଆବଶ୍ୟକ। ଏହି ସମୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର ଗୃହ ସଚିବ ଡିଜିପି, ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି।
ଏହାସହିତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆଜି ଦେଶରେ ଉତ୍ସବର ପରିବେଶ ରହିଛି। ଦେଶବାସୀ ଅଣମ, ଦୁର୍ଗା ପୂଜା ଏବଂ ଦୀପାବଳି ସମେତ ଅନେକ ପର୍ବକୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟରେ ପାଳନ କରିଛନ୍ତି । ବର୍ତ୍ତମାନ ଛତ୍ର ପୂଜା ସହିତ ଅନ୍ୟାନ୍ୟ ଅନେକ ପର୍ବ ଅଛି I ବିଭିନ୍ନ ପର୍ବ ମଧ୍ୟରେ ଏହି ପର୍ବଗୁଡ଼ିକରେ ଦେଶର ଏକତାକୁ ମଜବୁତ କରିବାର ପ୍ରତିଫଳନ I ସେ କହିଛନ୍ତି ଯେ ଦେଶ ର ଅମୃତକାଳ ଆମ ସମ୍ମୁଖରେ ଅଛି I ଆସନ୍ତା ୨୫ ବର୍ଷ ଦେଶ ଏକ ଅମୃତପିଢୀ ର ନିର୍ମାଣ କରିବାକୁ ଯାଉଛି I ଏହି ଅମୃତପିଢୀ ଦେଶର ପଞ୍ଚପ୍ରାଣ ନିର୍ମିତ କରିବାକୁ ଯାଉଛି I ଏହି ପଞ୍ଚପ୍ରାଣ ହେଉଛି ,ବିକଶିତ ଭାରତ,ଦାସତ୍ୱ ଚିନ୍ତାଧାରାରୁ ମୁକ୍ତି,ନିଜ ଏତିହ୍ୟ କୁ ନେଇ ଗର୍ବ ,ଜାତୀୟ ଏକତା ଏବଂ ନାଗରିକର କର୍ତବ୍ୟ I
ଏହି ସମୟରେ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, କେହି ବନ୍ଧୁକ ଧରି ଆଉ କେହି କଲମ ଧରି ନକ୍ସଲବାଦକୁ ବଢାଉଛନ୍ତି। ଏମାନଙ୍କ ପାଇଁ କିଛି ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ ବୋଲି ସେ କହିଥିଲେ। ଏଥିସହ ସେ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେଉଥିବା ଫେକ୍ ନ୍ୟୁଜ୍(ମିଥ୍ୟା ଖବର)କୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଏଭଳି କୋଣସି ବି ଛୋଟ ଭୁଲ୍ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ କରିବା ସହ ଏହା ବିରୁଦ୍ଧରେ ଲଢିବାକୁ ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ। ଏଥି ପାଇଁ ଏହା ଜରୁରୀ ଯେ, କୋଣସି ମେସେଜ୍ ଫରୱାଡ୍ କରିବା ପୁର୍ବରୁ ଏହାର ଫ୍ୟକ୍ଟ ଚେକ୍(ସତ୍ୟତା ଅନୁସନ୍ଧାନ) କରିବା ଉଚିତ୍। ଏହା ସହିତ ସେ ଲୋକମାନଙ୍କୁ ଫେକ୍ ନ୍ୟୁଜ୍ ସେୟାର ନକରିବା ଲାଗି ଅପିଲ୍ କରିଛନ୍ତି।
ସେହିପରି ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବାକୁ ସମସ୍ତ ରାଜ୍ୟ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇନ ଏବଂ ଶୃଙ୍ଖଳା ବିକାଶ ସହିତ ସିଧାସଳଖ ଜଡିତ, ତେଣୁ ଶାନ୍ତି ବଜାୟ ରଖିବା ସମସ୍ତଙ୍କ ଦାୟିତ୍ବ। ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖିବା, ପ୍ରେରଣା ନେବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବା ଉଚିତ୍ ବୋଲି ମୋଦୀ କହିଛନ୍ତି।
ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇ କହିଥିଲେ, ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ତଥା ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି I




