ଯାଦୁ ଦେଖାଇଲେ ଥାଲାପତି ,୬୦ ବର୍ଷ ରାଜନୀତିରେ ଗାଦି ଟଳମଳ!
ମାଡି ଚାଲିଲେ ପ୍ରଶଂସକ ,ସଫା ହୋଇଗଲା ,ଡିଏଏମକେ-ଏଆଇଡିଏମକେ
୬୦ ବର୍ଷ ପରେ ତାମିଲନାଡୁରେ ଡେଭିଡ ଶାସନର ଅନ୍ତ ଘଟିଛିା ବିଜୟ ରାଜନୀତିକୁ ଓଲ୍ଲାଇବା ମାତ୍ରେ ଡିଏମକେ ଏଆଇଡିଏକେ ଶାସନର ଅନ୍ତ ଘଟିଛିା ବିଜୟଙ୍କ ଫ୍ୟାନ୍ସ ତାଙ୍କୁ ଥାଲାପତିର ଆଖ୍ୟା ଦେଇଛନ୍ତିା ଥାଲାପତିର ଅର୍ଥ ହେଉଛି କମାଣ୍ଡର ଏବଂ ରାଜା । ଆଉ ଏବେ ଜନତା ବିଜୟଙ୍କୁ ତାମିଲନାଡୁର କମାଣ୍ଡର କରିଛନ୍ତିା ଅର୍ଥାତ ଶାସନର ଭାର ନ୍ୟସ୍ତ କରିଛନ୍ତିା ବିଜୟ ତାଲିମ ଫିଲ୍ମ ଜଗତର ଜଣେ ସୁପରଷ୍ଟାରା ଆଉ ଏବେ ସେ ତାମିଲ ରାଜନୀତିର ମଧ୍ୟ ସୁପରଷ୍ଟାର ବନିଯାଇଛନ୍ତିା ବିଜୟ ୨୦୨୪ ଫେବୃୟାରେ ରେ ସେ ଟିଭିକେ ଦଳ ଗଠନ କରିଥିଲୋ ଆଉ ସେ ଟିଭିକେ ଦଳ ଗଢି କହିଥିଲେ ତାମିଲରେ ଏବେ ଡେଭିଡ ଶାସନ ବହୁତ ହୋଇଗଲାା ଆଉ ଏବେ ପରିବର୍ତ୍ତନ ଖୁବ ଆବଶ୍ୟକତା ରହିଛିା ଆଉ ବିଜୟଙ୍କ ଏହି କଥା ଉପରେ ବିଶ୍ୱାସ କରିଥିଲେ ତାମିଲ ମହିଳା ଏବଂ ଶିଶୁା ଆଉ ଧିରେ ଧିରେ ଟିଭିକେ ତାମିଲ ସବୁଠୁ ବଡ ରାଜନୈତିକ ଦଳ ପାଲଟିଗଲାା ବିଜୟ ତାମିଲରେ ୨ଟି ଆସନରୁ ଲଢୁଥିଲୋ ଆଉ ଏହି ଦୁଇଟି ଆସନରୁ ସେ ବିପୁଳ ଭୋଟରେ ବିଜୟ ମଧ୍ୟ ହୋଇଛନ୍ତିା ୨୩୪ ଆସନରୁ ଟିଭିକେ କୁ ୧୦୭ ଟି ସିଟ୍ ମିଳିଛିା ୨୩୪ ଟି ଆସନରୁ ବହୁମତ ପାଇଁ ୧୧୮ସିଟର ଆବଶ୍ୟକତା ରହିଛିା ବିଜୟ ବହୁମତରୁ କେବଳ ୧୧ଟି ସିଟରୁ ଦୂରରେ ଅଛନ୍ତିା ତେବେ ଏହି ୧୧ ଟି ଆସନ ବିଜୟଙ୍କ ପାଇଁ କିଛି ବଡ କଥା ନୁହୋଁ ତାଙ୍କ ସମର୍ଥନ ଦେବାକୁ ଅନେକ ବିଧାୟକ ଦଳର ଲମ୍ବା ଲାଇନ ଲାଗିଛିା ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଥମଥର ଲଢିଥିବା ଟିିଭିକେ ଦଳକୁ ୩୫ ପ୍ରତିଶତ ଭୋଟ ମିଳିଛିା ଡିଏମକେ ୬୦ଟି ଆସନ ପାଇଁ ଦ୍ୱିତୀୟ ସ୍ଥାନରେ ଅଛିା ଏଆଇଡିଏକେ ୪୫ ଟି ଆସନ ଜିତିଛି ଏବଂ ବିଜେପି ମାତ୍ର ଦୁଇଟି ଆସନ ଜିତିଛିା ବିଜୟ ଙ୍କ ଜିତି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ଏମକେ ଷ୍ଟାଲିନଙ୍କ ପରାଜୟ ମଧ୍ୟ ସେତିକି ଆଶ୍ଚର୍ଯ୍ୟ କରୁଛିା ଏକଜିଟ୍ ପୋଲ ଷ୍ଟାଲିନଙ୍କ କ୍ଷମତାକୁ ଫେରିବା ନେଇ ପୂର୍ବାନୁମାନ କରିଥିଲାା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାଲିନ ସରକାର ଗଢିବାରେ ବିଫଳ ହୋଇଛିା ଷ୍ଟାଲିନ ନିଜ ଦବଦବା ବଜାୟ ରଖିପାରିଲେ ନାହିାଁ ସେ କୋଲାଟୋ ନିର୍ବାଚନମଣ୍ଡଳୀରେ ଟିଭି ପ୍ରାର୍ଥୀ ଭିଏସ ବାବୁଙ୍କ ଠାରୁ ପ୍ରାୟ ୯,୦୦୦ ଭୋଟରେ ପରାସ୍ତ ହୋଇଥିଲେ। ଷ୍ଟାଲିନ୍ ଏହି ଆସନରୁ ଲଗାତାର ତିନି ଥର ନିର୍ବାଚନ ଜିତିଥିଲେ। ଏହାକୁ ଡିଏମକେ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ବୋଲି ବିବେଚନା କରାଯାଏ। ଗତ ନିର୍ବାଚନରେ, ଷ୍ଟାଲିନ୍ ଏଠାରେ ଜିତିଥିଲେ।ସେ ୬୦% ଭୋଟ ପାଇଥିଲେ। କିନ୍ତୁ ଏଥର, ଷ୍ଟେନ୍ ଏହି ଆସନରୁ ନିର୍ବାଚନ ହାରିଗଲେ। ତାମିଲନାଡୁର ଲୋକମାନେ ଡିଏମଙ୍କ ଉପରେ ବହୁତ ରାଗିକି ଅଛନ୍ତି।
ବିଜୟ କହିଥିଲେ ଯେ ସେ ତାମିଲନାଡୁରେ ଏକ ନୂତନ ପ୍ରକାରର ରାଜନୀତି ପ୍ରଚଳନ କରିବେ। ତାମିଲନାଡୁର ଲୋକମାନେ ବିଜୟଙ୍କ ବକ୍ତବ୍ୟ ଉପରେ ଆସ୍ଥା ପ୍ରକାଶ କରିଥିଲେ।ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କ ପ୍ରତି ଏକ ପ୍ରବଳ କ୍ରେଜ୍ ରହିଛି। ଏହି କ୍ରେଜ୍ ତାଙ୍କ ରାଲିଗୁଡ଼ିକରେ ସ୍ପଷ୍ଟ। ଗତ ବର୍ଷ, କରୁରରେ ତାଙ୍କ ରାଲିରେ,ଦଳାଚକଟାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଯୁବକମାନଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଥିଲା।



