ଆକ୍ସନ ମୋଡରେ ଥାଲାପତି ବିଜୟ ?

ଆକ୍ସନ ମୋଡରେ ଥାଲାପତି ବିଜୟ ?
Samaya Live News Picture
Published On

ଆକ୍ସନ ଷ୍ଟାରରୁ ଆକ୍ସନ ରାଜନେତାା ତାମିଲ ଫିଲ୍ମର ବାଦଶାହା ଏବେ ପାଦ ଥାପିଛନ୍ତି ରାଜନୀତିରୋ ତାମିଲ ଫିଲ୍ମ ଆକ୍ସନ ଦେଖଉ ଦେଖଉ ରାଜନୀତିରେ ମଧ୍ୟ ଆକ୍ସନ ଦେଖାଇବା ଆରମ୍ଭ କଲେନିା ବିଜୟଙ୍କ ୨ ବର୍ଷ ର ରାଜନୈତିକ କ୍ୟାରିୟରକୁ ଅନୁଧ୍ୟାନ କଲେ ଜଣାପଡୁଛି ସେ ରାଜନୀତିରେ ମଧ୍ୟ ସଫଳତା ଲାଭ କରିବୋ ଯାହା କେବେ ତାମିଲନାଡୁ ରେ ଦେଖିବାକୁ ମିଳିନଥିଲାା ବର୍ତମାନ ଥାଲାପତି ବିଜୟ ତାକୁ ସଂପୂର୍ଣ୍ଣ କରିବାକୁ ଯାଉଛନ୍ତିା ରାଜନୀତିରେ ଥାଲାପତି ଏମିତି ଆକ୍ସନ ଦେଖାଇଲେ ବଡ ବଡ ଦିଗଜ ନେତା ହାରିଗଲୋ ଏବଂ ତାମିଲ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛିା ଇତି ମଧ୍ୟରେ ଥାଲାପତି ତାଙ୍କର ଆଗାମୀ ବଡ ମାଷ୍ଟରଷ୍ଟ୍ରୋକ ଖେଳିବୋ ଏବଂ ଏଆଇଡିଏମକେ ଭାଙ୍ଗିବା ପାଇଁ ମାଷ୍ଟରପ୍ଲାନ ପ୍ର୍ରସ୍ତୁତ କରିସାରିଲେନିା  ଥାଲାପତି ବିଜୟଙ୍କୁ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲୋ ଏବଂ ଏଥିରୁ ମଧ୍ୟ ବାଦ ପଡିନାହାଁନ୍ତି ତାମିଲନାଡୁର ବିଭିନ୍ନ ରାଜନୈତିକ ନେତାମାନୋ ଇତିମଧ୍ୟରେ ରାହୁଲ ଗାନ୍ଧି ମଧ୍ୟ ଥାଲାପତି ବିଜୟଙ୍କୁ ପୂର୍ଣ୍ଣ ସମର୍ଥନ ଦେବାପାଇଁ ରାଜି ହୋଇସାରିଲେଣିା 

ତାମିଲନାଡୁ ରାଜନୀତିରେ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହୋଇ ସାରିଛି, ଏବଂ ଏହି ପରିବର୍ତ୍ତନ ର କେନ୍ଦ୍ର ରେ ରହିଛନ୍ତି ଥଳପତି ବିଜୟ, ମାତ୍ର ଦୁଇବର୍ଷ ପରିଶ୍ରମ ରେ ରାଜନୀତି ମୈଦାନ ରେ ମହାରଥୀ ଙ୍କୁ ଧରାଶାୟୀ କରିବାରେ ଥଳପତି ବିଜୟ ସମର୍ଥ ହୋଇଛନ୍ତି । ଏହି ଐତିହାସିକ ବିଜୟ ତାଙ୍କୁ ଜଣେ ଭଲ ନେତ୍ର ପରିଚୟ ଦେଇଛି କ୍ଷସାଉଥ ସିନେମାର ବେତାଜ ବାଦଶାହ ଥଳପତି ବିଜୟ ନିଜ କ୍ୟାରିଅର ର ୬୯ ତମ ଚଳଚିତ୍ର ପରେ ଆକ୍ଟିଙ୍ଗ ଛାଡିବାର ଘୋଷଣା କରିଥିଲେ, ସେତେବେଳେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ତାଙ୍କର ଗୋଟିଏ ଚଳଚିତ୍ର ର ପାରିଶ୍ରମିକ ରହୁଥିଲା ୨ଶହ କୋଟି, ହଠାତ ରାଜନୀତିରେ ପାଦଥାପି ସେ ନେଇଥିଲେ ଗୋଟିଏ ରିସ୍କ, କିନ୍ତୁ ମଇ ୪ ତାରିଖ ପରେ ସେ ଦେଖାଇ ଦେଇଥିଲେ କ୍ୟାରିଅର ସିଫ୍ଟରେ ସେ କେତେ ସଫଳ । ଆଜିର ତାରିଖରେ ବିଜୟ ଥଳପତି ଜଣେ ଅଭିନେତା ସହିତ ରାଜନେତା ମଧ୍ୟ ହୋଇ ଯାଇଛନ୍ତି । 

ବିଜୟ ଥଳପତି ଅଚାନକ ଭାବରେ ଚଳଚିତ୍ର ଦୁନିଆ ଛାଡି ନଥିଲେ, ସେ ପ୍ରଥମେ ନିଜ ପାର୍ଟି ' ତାମିଲଗା ବେତ୍ରି କଡଗମ '(TVK) ର ଭିତ୍ତିପ୍ରସ୍ଥ ରଖିଥିଲେ ଓ ଧୀରେ ଧୀରେ ନିଜ ଫିଲ୍ମ କମିଟମେଣ୍ଟ ପୁରା କରିଥିଲେ । ଏପରି କ୍ଷେତ୍ରରେ ଅନେକ ଭାବି ଥାଆନ୍ତି ସକିଲ ଟ୍ରାନ୍ସଫର ଖୁବ ଜଟିଳ, କିନ୍ତୁ ବିଜୟ ଥଳପତି ଚ୍ୟାଲେଞ୍ଜ ଆକାରରେ ଏହାକୁ ଗ୍ରହଣ କରିଥିଲେ ।  ୨୦୨୬ ର ବିଧାନସଭା ମତଦାନ କୁ ଆଖିରେ ରଖି ସେ ୨ବର୍ଷ ପୂର୍ବରୁ ନିଜ ଫିଲଡ ୱାର୍କ ଆରମ୍ଭ କରିସାରିଥିଲେ । 

ବିଜୟ ଥଳପତି କେବଳ ଜଣେ ଚଳଚିତ୍ର ଅଭିନେତା ନୁହନ୍ତି ସେ ଜଣେ ରାଜନୀତିଜ୍ଞ ଭାବରେ ମଧ୍ୟ ବର୍ତମାନ ଜଣାଶୁଣା ହୋଇ ସାରିଛନ୍ତି । ସେ ଜଣେ ସଠିକ ରିଅଲ ଏଷ୍ଟେଟ ନିବେଶକ ଭାବରେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛନ୍ତି । ଚେନ୍ନାଇ ରେ ବିଜୟ ଙ୍କର ଅନେକ ଗୁଡିଏ କାମର୍ସିୟାଲ ବିଲଡିଂ ବ୍ୟବସାୟ କ୍ଷେତ୍ରରେ ଭଡାରେ ଦିଆଯାଇଛି । ଏହି ସମ୍ପତ୍ତିରୁ ତାଙ୍କୁ ପ୍ରତ୍ୟକ ମାସରେ କୋଟି କୋଟି ଟଙ୍କା ଭଡା ବାବଦକୁ ମିଳିଥାଏ । ୬୦୦ କୋଟି ଟଙ୍କାର ସମ୍ପତି ଥାଇ ମଧ୍ୟ ରାଜନୀତି ଓ ଜନସେବାକୁ ବିଜେ ବାଛିଥିଲେ । 

Tags: