ସିବିଆଇ ଅଫିସରେ ହାଜର ହେଲେ ଥାଲାପତି ବିଜୟ

ସିବିଆଇ ଅଫିସରେ ହାଜର ହେଲେ ଥାଲାପତି ବିଜୟ

ନୂଆଦିଲ୍ଲୀ : ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର । କରୁର ଦଳାଚକଟା ଘଟଣାରେ ଅଭିନେତାରୁ ଟିଭିକେ ନେତା ହୋଇଥିବା ଥାଲାପତି ବିଜୟଙ୍କୁ ପଚରାଉଚରା କରୁଛି ସିବିଆଇ । ଗତ ସେପ୍ଟେମ୍ବର ୨୭ ତାରିଖରେ ତାମିଲନାଡ଼ୁ କରୁରରେ ବିଜୟଙ୍କ ରାଜନୈତିକ ରାଲି ବେଳେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା । 

ସମ୍ବନ୍ଧିତ ଖବର ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ବିଜେଡି ନେତା ଅଶୋକ ପଣ୍ଡାଙ୍କ ମତ

ସିବିଆଇ ଜେରାରେ ସମ୍ମୁଖୀନ ହେବାକୁ ବିଜୟ ଚେନ୍ନାଇରୁ ଏକ ଚାର୍ଟାଡ ବିମାନରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ । ଦିଲ୍ଲୀ ବିମାନବନ୍ଦରରୁ ସିବିଆଇ ମୁଖ୍ୟାଳୟକୁ ଯାଇଛନ୍ତି । ଯେଉଁଠାରେ ତାଙ୍କୁ ସେପ୍ଟେମ୍ବର ୨୭ର ଦଳାଚକଟା ଘଟଣା ସମ୍ପର୍କରେ ପଚରାଉଚରା କରାଯିବ । ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବିଜୟଙ୍କୁ ପଚରାଉଚରା କରିବ। 

ସମ୍ବନ୍ଧିତ ଖବର ବାଂଲାଦେଶ ମତଦାନ,  ଭୋଟିଂ ବୁଥ୍‌ରେ ବିସ୍ଫୋରଣ  

ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ । ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯାଉଛି । 

ସମ୍ବନ୍ଧିତ ଖବର କଳିକେଶ ଏକା ଦଳକୁ ପାରିବେନି - ଦେବାଶିଷ

Tags: