ଜୁନ ୨୨ ଯାଏଁ ଟେଲିଗ୍ରାମ ଉପରେ ଅସ୍ଥାୟୀ କଟକଣା

ଜୁନ ୨୨ ଯାଏଁ ଟେଲିଗ୍ରାମ ଉପରେ ଅସ୍ଥାୟୀ କଟକଣା
Samaya Live News Picture
Published On

ଭୁବନେଶ୍ୱର : ନିଟ - ୟୁଜି ପୁନଃ ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି ।  ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ କଲେ ବନ୍ଦ କରାଯାଇଛି । ଗୁରୁତ୍ତ୍ୱପୂର୍ଣ୍ଣ ପରୀକ୍ଷାକୁ ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ ପେପର ଲିକ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଟେଲିଗ୍ରାମରେ ମେସେଜ୍ ଏଡିଟିଂ ଫିଚରକୁ ଜୁନ୍ ୩୦ ପର୍ଯ୍ୟନ୍ତ ଆକ୍ସେସ୍ କରିପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି NTA ।

ସୂଚନାନୁସାରେ,  ନିଟ - ୟୁଜି ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ଅପରାହ୍ନ ୨ଟା ରୁ ୫.୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମୋଟ ୧୯୫ ମିନିଟ୍ ଅବଧି ରହିବ । ୧୫ ମିନିଟ୍ ଅତିରିକ୍ତ ସମୟ ଦିଆଯାଇଛି । ରଫ୍ ଓ୍ୱର୍କ ପାଇଁ ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି । ପ୍ରଶ୍ନ ପୁସ୍ତିକାରେ ରଫ୍ କାମ ପାଇଁ ପୃଷ୍ଠା ସଂଖ୍ୟା ଦ୍ୱିଗୁଣିତ କରାଯାଇଛି । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କେବଳ ଦୁଇଟି ପୃଷ୍ଠା ଯୋଗାଇ ଦିଆଯାଉଥିଲା, କିନ୍ତୁ ଏବେ ସେମାନଙ୍କର ଚାରିଟି ରହିବ । ପ୍ରଥମରେ ୨ଟି ପୃଷ୍ଠା ଏବଂ ଶେଷରେ ଆଉ ୨ ପୃଷ୍ଠା ରହିବ । ଯାହାଦ୍ବାରା ଛାତ୍ରଙ୍କୁ ଅଧିକ ସୁବିଧା ମିଳିବ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରସୋର କରିଛି । ପୂର୍ବରୁ ମଇରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର  ଲିକ୍ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା ।

Tags: