ତେଲେଙ୍ଗାନା ଅଧିକାରୀଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ

ତେଲେଙ୍ଗାନା ଅଧିକାରୀଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ
Samaya Live Desk Picture
Published On

ହାଇଦ୍ରାବାଦ: ତେଲେଙ୍ଗାନା ଏସିବି (ଦୁର୍ନୀତି ନିରୋଧ ବ୍ୟୁରୋ) ମହାବୁବନଗର ଜିଲ୍ଲା ଉପ ପରିବହନ କମିସନରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁଦ କିଶାନଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨.୭୨ କୋଟି ବୋଲି ଆକଳନ କରାଯାଇଥିବାବେଳେ ଏହାର ପ୍ରକୃତ ବଜାର ଦର ୧୦୦ କୋଟିରୁ ଅଧିକ ବୋଲି ଆକଳନ କରାଯାଉଛି। ଉକ୍ତ ଅଧିକାରୀ କିଶାନଙ୍କ ମାସିକ ଦରମା ୧ ଲକ୍ଷରୁ ୧.୨୫ ଲକ୍ଷ ମଧ୍ୟରେ। କିଶାନଙ୍କ ବାସଭବନ ଏବଂ ତାଙ୍କର ଅନ୍ୟ ୧୧ଟି ଠିକଣାରେ ଚଢ଼ଉ କରାଯିବାପରେ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ସଂକ୍ରାନ୍ତରେ ଜଣାପଡ଼ିଲା। ବାବୁଙ୍କର ଲାହାରି ଇଣ୍ଟରନ୍ୟାସନାଲ ହୋଟେଲ‌ରେ ୫୦ ପ୍ରତିଶତ ସେୟାର ଅଛି ଏବଂ ନିଜାମାବାଦରେ ତାଙ୍କର ଏକ ଆସବାବ ପତ୍ର ସୋରୁମ୍‌ ରହିଛି। ତାଙ୍କର ୩୧ ଏକର ଚାଷ ଜମି ସହ ନିଜାମାବାଦରେ ୧୦ ଏକରର ବାଣିଜ୍ୟିକ ଜମି ରହିଛି। ଏଥିସହ ୧ କିଲୋରୁ ଅଧିକ ସୁନା ଅଳଙ୍କାର ତାଙ୍କ ନିକଟରୁ ଜବତ ହୋଇଛି।

Tags: