ବିଧାନସଭାରୁ ବାହାରି ଗଲେ ତାମିଲନାଡୁ ରାଜ୍ୟପାଳ

ଜାତୀୟ ସଙ୍ଗୀତକୁ ଅସମ୍ମାନ ପ୍ରସଙ୍ଗ

ବିଧାନସଭାରୁ ବାହାରି ଗଲେ ତାମିଲନାଡୁ ରାଜ୍ୟପାଳ
Samaya Live Desk Picture
Published On

ଚେନ୍ନାଇ: ତାମିଲନାଡୁ ସରକାର ଓ ରାଜ୍ୟପାଳ ଆର.ଏନ. ରବିଙ୍କ ମଧ୍ୟରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଆର.ଏନ. ରବି ବିଧାନସଭା ଅଧିବେଶନ ମଝିରୁ ଉଠି ଚାଲିଯାଇଛନ୍ତି। ତାମିଲ ରାଜ୍ୟ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ବଜାଇବାକୁ ସେ ଦାବି କରିଥିଲେ। ଏହି ଦାବିକୁ ବାଚସ୍ପତି ଆପାଭୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ଫଳସ୍ୱରୂପ, ଆର.ଏନ. ରବି ଗୃହକୁ ସମ୍ବୋଧିତ ନକରି ଗୃହକାର୍ଯ୍ୟ ବର୍ଜନ କରି ଗୃହତ୍ୟାଗ କରିଥିଲେ।   ତୃତୀୟ ଥର ପାଇଁ ରାଜ୍ୟପାଳ ଗୃହକୁ ବର୍ଜନ କରିଛନ୍ତି। ପୂର୍ବରୁ ସେ ୨୦୨୪ ଓ ୨୦୨୫ରେ ଭାଷଣ ନଦେଇ ଅଧିବେଶନ ବର୍ଜନ କରିଥିଲେ। ତାମିଲନାଡୁ ଲୋକଭବନ ଉକ୍ତ ଘଟଣା ସଂକ୍ରାନ୍ତରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି।

ସୂଚନାଯୋଗ୍ୟ ରାଜ୍ୟପାଳ କହିଛନ୍ତି, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯାଉ ନଥିବାରୁ ମୁଁ ଗଭୀର ଦୁଃଖିତ। ଅଭିଭାଷଣ ବାଧାପ୍ରାପ୍ତ ହେବା ଦୁର୍ଭାଗ୍ୟଜନକ। ମୁଁ ମୋର ଦାୟିତ୍ୱ ବିଷୟରେ ଭଲଭାବରେ ଅବଗତ। କିନ୍ତୁ, ଜାତୀୟ ସଙ୍ଗୀତକୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ ବୋଲି ରାଜ୍ୟପାଳ ଆର ଏନ ରବି ତାମିଲନାଡୁ ବିଧାନସଭାରେ କହିଛନ୍ତି। ରାଜ୍ୟପାଳଙ୍କ ଅଭିଯୋଗର ଜବାବରେ ତାମିଲନାଡୁ ବାଚସ୍ପତି ଆପାଭୁ କହିଛନ୍ତି, ବିଧାନସଭାରେ କେବଳ ବିଧାୟକମାନେ ସେମାନଙ୍କର ମତାମତ ଦେଇପାରିବେ। ଅନ୍ୟ କେହି ସେମାନଙ୍କର ମତାମତ ଜୋର ଜବରଦସ୍ତ ଲଦି ପାରିବେ ନାହିଁ। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ସରକାର ପ୍ରସ୍ତୁତି କରିଥିଲେ। ରାଜ୍ୟପାଳ ଆର ଏନ ରବି କହିଛନ୍ତି, ମୋ ମାଇକ୍ରୋଫୋନ ବନ୍ଦ କରିଦିଆଯାଇଥିଲା ଓ ମୋତେ କହିବାକୁ ଦିଆଯାଇନଥିଲା। ଏହା ଯୋଗୁ ମୁଁ ଅପମାନିତ ଅନୁଭବ କରିଥିଲି।  

Tags: