ଆକ୍ସନମୋଡରେ ଶୁଭେନ୍ଦୁ

ଆକ୍ସନମୋଡରେ ଶୁଭେନ୍ଦୁ
Samaya Live News Picture
Published On

ଶପଥ ନେଉ ନେଉ ଶୁଭେନ୍ଦୁ ତାଙ୍କର କାର୍ଯ୍ୟ କରିବାର ଶୈଳୀ ଏବଂ କଣ କରିବେ ତାର ଟିକନିକ ତାଲିକା ପ୍ରସ୍ତୁତ କରି ରଖିଛନ୍ତିା ଶୁଭେନ୍ଦୁଙ୍କ ଆଜିର ପ୍ରଥମ କ୍ୟୀବିନେଚଟ ବୈଠକରେ ୩ଟି ବଡ ନିଷ୍ପତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ ଦିଆଯାଇଛିା ଯେମିତି କି ଆୟୁଷ୍ମାନ ଯୋଜନା, ବିଏସଏଫଙ୍କୁ ଜମି ହସ୍ତାନ୍ତର , ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛିା  ଶପଥ ନେବା ପରେ ପୋଲିସ ପ୍ରଶାସନକୁ ତାଗିତ କରିବା ସହ ଜିରୋ ଟଲେରାନ୍ସ ଅବଲମ୍ବନ କରିବା ପାଇଁ  ନିଦେ୍ର୍ଦଶ ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀା । ଏବଂ ଅବୈଧ ଟୋଲଗେଟକୁ ବନ୍ଦ କରାଯାଇଛିା ବର୍ତମାନ ଶୁଣିବାକୁ ମିଳୁଛି ବାଂଲାଦେଶ ସୀମାର ତୁରନ୍ତ ତାରବାଡ ଲାଗାଯିବା ତାସହ ଅନୁପ୍ରବେଶକାରୀଙ୍କୁ ରୋକାଯିବା ଇତିମଧ୍ୟରେ ପଶ୍ଚିମବଙ୍ଗ ରାଜନୀତିରେ ଦେଖାଦେଇଛି ହଟଚମଟା ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ ରାଜନୈତିକ ଉତ୍ତେଜନା , ଦଳୀୟ ସଂଘର୍ଷ , ଗିରଫଦାରୀ ଏବଂ ପ୍ରଶାସନିକ ପରିବର୍ତନ ଦ୍ରୁତ ଗତିରେ ଆଗକୁ ବଢୁଛି ।ଇତି ମଧ୍ୟରେ ମମତାଙ୍କ ଦେଖା ମିଳୁନିା ଏବଂ ମମତାଙ୍କ କାର୍ଯ୍ୟକାଳର  ଟିକନୀକ ହିସାବ କରାଯିବ ।  ଶପଥ ନେବା ପରେ ଏଭଳି ସବୁ ବଡ ବଡ ପଦେକ୍ଷପ ନେଇ ଖୁବ ଚର୍ଚ୍ଚାକୁ ଆସିଛନ୍ତି ଶୁଭେନ୍ଦୁ ଅଧିକାରୀା ଆଉ ଏଭଳି ପରିସ୍ଥିତିରେ ଏବେ ଗାଦି ଯିବା ପରେ ମମତାଙ୍କୁ ଚର୍ଚ୍ଚା ମଧ୍ୟ ବଢି ଯାଇଛିା ଗୋଟେ ପଟେ ପଶ୍ଚିମବଙ୍ଗରେ ବିଜେପି ନୂଆ ଚେହେରାକୁ ନେଇ ଆଗକୁ ବଢୁଥିବାବେଳେ  ତୃଣମୂଳ କଂଗ୍ରେସ  ନିଜର ସର୍ତା ବଜାୟ ରଖିବାକୁ କଳେବଳେ ଚେଷ୍ଟା କରିଚାଲିଛିା ପଶ୍ଚିମବଙ୍ଗରେ ନିର୍ବାଚନ ପରେ ସର୍ବପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରା ପାଂଚଟି ରାଜ୍ୟରେ ନିର୍ବାଚନ ପରିଚାଳନା କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲାା ନିର୍ବାଚନ ସମୟରେ ବିରୋଧୀ ଦଳ ତାଙ୍କ ଉପରେ ବିଭିନ୍ନ ଅଭିଯୋଗ କରିଥିଲୋ ଏବଂ ତାଙ୍କୁୁ ନେଇ ଖୁବ ସମାଲୋଚନା ମଧ୍ୟ କରିଥିଲୋ କିନ୍ତୁ ଦାୟିତ୍ୱ ଶେଷ ହେବା ପରେ ସେ ତିରୁମାଲା ମନ୍ଦିରକୁ ଯାଇ ଦର୍ଶନ କରିଥିଲୋ ଫଳରେ ତାଙ୍କ  କାମକୁ ନେଇ ଚର୍ଚ୍ଚା ଆହୁରୀ ବଢିଗଲାା ଏହି ସମୟରେ ଶୁଭେନ୍ଦୁ ଅଧିକାରୀଙ୍କ କାର୍ଯ୍ୟକଳାପ ଆହୁରୀ ତୀବ୍ର ହୋଇ ଯାଇଥିଲାା ସେ ମଧ୍ୟ କାଲିଘାଟ ମନ୍ଦିରକୁ ଯାଇଥିଲେ ଏବଂ ସେଠାରେ ମଧ୍ୟ ତାଙ୍କ ସମର୍ଥକଙ୍କ ଭାରି ଭିଡ ଦେଖିବାକୁ ମିଳିଥିଲାା ଜୟ ଶ୍ରୀରାମ ନାରାରେ ସମଗ୍ର ପରିବେଶ ଗୁଂଜରିତ ହେଉଥିଲାା ଶୁଭେନ୍ଦୁଙ୍କୁ ସମସ୍ତେ ବଙ୍ଗଳାର ନୂଆ ରାଜନୈତିକ ମୁହଁ ଭାବେ ଦେଖୁଥିଲୋ ବିଜେପି ବିଧାୟକମାନେ ଲୋକଙ୍କ ମଧ୍ୟରେ ଯାଇଁ ସମର୍ଥନ ଜମା କରିବା ଆରମ୍ଭ କରିଥିଲୋ ବିଜେପି ବିଧାୟକ ଶଙ୍କର କୁମାର ଗାଁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଶୁଥୁଥିଲୋ ଏବଂ ଲୋକଙ୍କୁ ପଇାସା ବାଂଟୁଥିଲୋ ସେ କହୁଥିଲେ ଯେ ନୂଆ ସରକାର ଉପରେ ବିଶ୍ୱାସ କରନ୍ତୁ ସେ ଆପଣଙ୍କ ସମସ୍ୟାକୁ ସମାଧାନ କରିବା 
ଅନ୍ୟପଟେ କୋଲକତାରେ ନିର୍ବାଚନ ସମୟରେ ମାଛ ଭାତ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଥିଲାା କିଛି ବିଜେପି ବିଧାୟକମାନେ ସାଧାରଣ ଲୋକଙ୍କ ସହ ମିଶି ମାଛ ଭାତ ରାନ୍ଧି ଖାଉଥିବାର ନଜର ମଧ୍ୟ ଆସିଥିଲୋ ଏଭଳି କରି ବିଜେପି ସାଧାରଣ ବଙ୍ଗଳା ସଂସ୍କୃତି ସହ ନିଜକୁ ଯୋଡିବାକୁ ଚେଷ୍ଟା କରୁଥିଲାା 
ପୁରୁଣା ବିଜେପି ନେତା ଦିଲ୍ଲୀପ ଘୋଷଙ୍କୁ ନେଇ ମଧ୍ୟଚର୍ଚ୍ଚା  ବଢିଥିଲାା ଖଡଗପୁରରେ ତାଙ୍କ ବିଜୟ ପରେ ସମର୍ଥକମାନେ ଉସôବ ପାଳନ କରିଥିଲୋ ଦଳର କର୍ମୀମାନେ ଏହାକୁ ବଙ୍ଗଳାରେ ବିଜେିପିର ଏକ ବଡ ବିଜୟ ବୋଲି ବର୍ଣ୍ଣନା କରିଥିଲୋ ଶୁଭେନ୍ଦୁ ଅଧିକାରୀ କ୍ଷମତାରେ ଆସିବା ପରେ ସବୁଠାରୁ ବଡ ପଦକ୍ଷେପ ଥିଲା ପ୍ରଶାସନିକ ପରିବର୍ତନା ମମତା ବାନାର୍ଜୀଙ୍କ ନିକଟତମ ଅଧିକାରୀଙ୍କୁ ବଦଳି କରାଯାଇଥିଲାା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ୧୬ ଜଣ ଅମଲାଙ୍କୁ ହଟାଯାଇଥିଲାା ଏହା ସହିତ ୪୬ ଜଣ ଅଧିକ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ୱରୁ ମୁକ୍ତ କରାଯାଇଥିଲାାଶାନ୍ତନୁ ମୁଖୋପଧ୍ୟାୟଙ୍କ ପରି ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ପଠାଯଇିଥିଲାା 
କୋଲକତା ପୋଲିସରେ ମଧ୍ୟବଡ ପରିବର୍ତନ ହୋଇଥିଲାା ୯୩ ଜଣ ଅଧିକାରୀଙ୍କୁ ଦଳରୁ ବଦଳି କରାଯାଇଥିଲାା ବିଜେପି ଦାବି କରୁଥିଲେ ସେ ଏହି ପୋଲିସମାନେ ଟିଏମସି ସହ ଜଡିତ ଥିଲୋ ଏବଂ ନିର୍ବାଚନରେ ହିଂସାକୁ ପ୍ରୋସôାହନ ଦେଇଥିଲୋ 
ଏହି ସମୟରେ ନିର୍ବାଚନ ପରବର୍ତୀ ହିଂସା ମଧ୍ୟ ଚର୍ଚ୍ଚାରେ ଥିଲାା ପୂର୍ବ ମେଦିନିପୁରର ଖେଜୁରି ଅଂଚଳରେ ପ୍ରାୟ ୬୦ଟି ଦୋକାନକୁ ପୋଡି ଦିଆଯାଇଥିଲାା ରାତିରେ ଲୋକମାନେ ବାଲଟିରେ ପାଣି ଆଣି ନିଆଁକୁ ଲିଭେଇବାକୁ ଚେଷ୍ଟା କରିଥିଲୋ ଏହି ଘଟଣାକୁ ନେଇ ଟିଏମସି ବିଜେପିକୁ ଦାୟୀ କରୁଥିଲାା ଅଭିଶେକ ବାନାର୍ଜୀ କହିଥିଲେ ଯେ, ନିରୀହ ଲୋକଙ୍କ ଜୀବିକାକୁ ନଷ୍ଟ କରାଯାଉଛିା ଏବଂ ଏହା ହେଉଛି ବଙ୍ଗଳାର ସାମାଜିକ ସମ୍ପ୍ରୀତି ଉପରେ ଆକ୍ରମଣା  ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲା ଯେ, ହିଂସା ପଛରେ ଟିଏସିର ହାତ ଅଛି ଦଳ କହିଥିଲା ଯେ, ଟିଏମସି କର୍ମୀମାନେ ନିଜେ ହିଂସା ସୃଷ୍ଟି କରି ବିଜେପି ଉପରେ ଦୋଷ ଲଦୁଛନ୍ତିା 
ପୋଲିସ ମଧ୍ୟ ତୀବ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲାା ବିଭିନ୍ନ ଜିଲ୍ଲାରୁ ଶତାଧିକ ଲୋକଙ୍କୁ ଗିରଫ ମଧ୍ୟ କରାଯାଇଥିଲାା ମୁର୍ଶିବାଦରେ ଜଣେ ଟିଏମସି ନେତାଙ୍କ ଘରୁ ପିସ୍ତଲ ଓ କ୍ରାର୍ଟ୍ରିଜ ଉଦ୍ଧାର ହୋଇଥିବା ଖବର ଆସିଥିଲାା ଅନେକ ଟିଏମସି କର୍ମୀଙ୍କୁ କୋର୍ଟରେ ହାଜର କରାଯାଇଥିଲାା ଏହାସହିତ ହତ୍ୟା ଓ ଆକ୍ରମଣର ଖବର ମଧ୍ୟ ସାମ୍ନାକୁ ଆସୁଥିଲାା ଜଣେ ଟିଏମସି ସରପଂଚଙ୍କ ସ୍ୱାମୀଙ୍କ ହତ୍ୟା ପରେ ପଶ୍ଚିମବଙ୍ଗରେ ଉତେଜନା ବଢିଯାଇଥିଲାା ଏବଂ ଏହା ପରେ ଆରମ୍ଭ ହୋଇଥିଲା ପଶ୍ଚିମବଙ୍ଗରେ ତାଣ୍ଡବା ଉଭୟ ଶାସକ ଏବଂ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିଲୋ ହିଂସା ହତ୍ୟା ଏବଂ ଗୁଳିକାଣ୍ଡରେ ସମସ୍ତ ପରିବେଶ ରକ୍ତାୀକ୍ତ ହୋଇଯାଇଥିଲାା

Tags: