ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ହିମନ୍ତ ଶର୍ମାଙ୍କୁ ଭେଟିଲେ ସୁସ୍ମିତା ଦେବ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ହିମନ୍ତ ଶର୍ମାଙ୍କୁ ଭେଟିଲେ ସୁସ୍ମିତା ଦେବ
Samaya Live Desk Picture
Published On

ନୂଆଦିଲ୍ଲୀ : ଟିଏମସିର ସୁସ୍ମିତା ଦେବ ବୁଧବାର ରାଜ୍ୟସଭା ସାଂସଦ ପଦ ତଥା ତୃଣମୂଳ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଏହା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଶକ୍ତ ଝଟ୍‌କା। ସୁସ୍ମିତା ଇସ୍ତାଫା ଦେବା ପେର ନୂ୍ଆଦିଲ୍ଲୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମାଙ୍କୁ ଭେଟିଛନ୍ତି। ସେ ବିଜେପିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୁସ୍ମିତା ପୂର୍ବରୁ ୨୦୧୪ରେ ଆସାମର ସିଲଚରରୁ କଂଗ୍ରେସ ଲୋକସଭା ସାଂସଦ ଥିଲେ। ସେ ମହିଳା କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ଥିଲେ। ୨୦୧୯ରେ ପରାଜୟ ପରେ କଂଗ୍ରେସ ଦଳ ଛାଡି ୨୦୨୧ରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ସେ ପରବର୍ତ୍ତୀ ସମୟରେ ଦଳର ଜାତୀୟ ମୁଖପାତ୍ର ହୋଇ ରାଜ୍ୟସଭା ଆସନ ହାସଲ କରିଥିଲେ।

 

Tags: