#Draft: Add Your Title

#Draft: Add Your Title

ନୂଆଦିଲ୍ଲୀ : ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ । ପରବର୍ତ୍ତୀ ଆଦେଶ ଯାଏଁ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)ର ନୂଆ ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ୟୁଜିସି ନିୟମାବଳୀ, ୨୦୨୬’ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର ବଜେଟ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ନିକଟରେ ଜାରି କରାଯାଇଥିବା 'ପ୍ରମୋସନ ଅଫ୍ ଇକ୍ୱିଟି ରେଗୁଲେସନ୍ସ-୨୦୨୬' ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ୟୁଜିସି ନୂଆ ନିୟମଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ “ଅସ୍ପଷ୍ଟ” ଓ ଏହାର “ଅପବ୍ୟବହାର ହେବାର ସମ୍ଭାବନା” ଥିବା ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷାନୁଷ୍ଠାନରେ ମୁକ୍ତ, ସମାନ ଓ ସମାବେଶୀ ବାତାବରଣ” ରହୁ ବୋଲି କୋର୍ଟ ଚାହୁଁଛନ୍ତି । କୋର୍ଟ କହିଛନ୍ତି ଯେ, UGC ର ଏହି ନୂଆ ନିୟମ ସମାଜକୁ ବିଭାଜିତ କରିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପାଇଁ ୨୦୨୬ ନିୟମ ପରିବର୍ତ୍ତେ ପୂର୍ବରୁ ଥିବା ୨୦୧୨ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ଜାରି ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର ଅଜିତ ପାୱାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀମାନେ ଦର୍ଶାଇଥିଲେ ଯେ, ଆୟୋଗ ଜାତି ଭିତ୍ତିକ ଭେଦଭାବର ଏକ ସଙ୍କୁଚିତ ସଂଜ୍ଞା ଗ୍ରହଣ କରିଛନ୍ତି, ଯାହା କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ସାମ୍ବିଧାନିକ ସୁରକ୍ଷାରୁ ବଞ୍ଚିତ କରୁଛି। ନୂତନ ନିୟମ ଅନୁଯାୟୀ, ଜାତିଗତ ଭେଦଭାବ କେବଳ ଏସସି, ଏସଟି ଏବଂ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଥିଲା। ଫଳରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଜାତିଗତ କାରଣରୁ ହଇରାଣ ହୁଅନ୍ତି, ତେବେ ସେମାନଙ୍କ ପାଇଁ କୌଣସି ଆଇନଗତ ସୁରକ୍ଷା ବ୍ୟବସ୍ଥା ନଥିଲା।

ସମ୍ବନ୍ଧିତ ଖବର ଟ୍ରମ୍ପଙ୍କ ଶୁଳ୍କ ହ୍ରାସ ପରେ ମୋଦୀଙ୍କୁ କଟାକ୍ଷ କଲା କଂଗ୍ରେସ

Tags: