ସୁପ୍ରିମକୋର୍ଟଙ୍କ ତଦାରଖରେ ବିମାନ ଦୁର୍ଘଟଣାର ଯାଞ୍ଚ ହେଉ - ମମତା

ସୁପ୍ରିମକୋର୍ଟଙ୍କ ତଦାରଖରେ ବିମାନ ଦୁର୍ଘଟଣାର ଯାଞ୍ଚ ହେଉ - ମମତା
Samaya Live News Picture
Published On

କୋଲକତା :  ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ଏନ୍ସିପିର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ଦୁଃଖଦ ନିଧନ ହୋଇଛି । ଅଜିତଙ୍କ ମୃତ୍ୟୁ ଖବର ସାରାଦେଶକୁ ସ୍ତମ୍ଭିଭୂତ କରି ଦେଇଛି I ଅଜିତ ନିଜସ୍ୱ ବିମାନରେ ବରାମତି ନିର୍ବାଚନ ମଣ୍ଡଳୀକୁ ଯାଉଥିବା ସମୟରେ ବାରାମତି ଏୟାରଷ୍ଟ୍ରିପରେ ବିମାନଟି ଅବତରଣ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା I ଏଥିରେ ଅଜିତ ପାୱାରଙ୍କ ସହ ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ତେବେ ଏହି ଦୁଃଖଦ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଗଭୀର ଶୋକ ବ୍ୟକ୍ତ କରିବା ସହ ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି I  ଏହି ବିମାନ ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ତଦାରଖରେ ଯାଞ୍ଚ ଦାବି କରିଛନ୍ତି ମମତା । ସେ କହିଛନ୍ତି, ଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ଉପରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗଣମାଧ୍ୟମ ସହ କଥା ହୋଇ ମମତା କହିଛନ୍ତି, ଏହି ଖବର ଶୁଣି ମୁଁ ସ୍ତବ୍ଧ। ଏହା ଦେଶ ପାଇଁ ବଡ଼ କ୍ଷତି। ସେ ଦାବୀ କରିଛନ୍ତି ରାଜନୈତିକ ନେତୃତ୍ବଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପ୍ରସାରିତ ସେହି ବୟାନକୁ ମଧ୍ୟ ଆଲୋଚନା କରିଛନ୍ତି, ଯେଉଁଥିରେ କୁହାଯାଇଥିଲା ଅଜିତ ପାଓ୍ବାର ବିଜେପି ଛାଡିବା ଉପରେ ବିଚାର କରୁଥିଲେ । ତେଣୁ କାହା ଉପରେ ବିଶ୍ୱାସ କରିହେବନି। ତାଙ୍କ ମୃତ୍ୟୁର ତଦନ୍ତ  ସୁପ୍ରିମକୋର୍ଟଙ୍କ ତଦାରଖରେ କରାଯାଉ ।

ସୁପ୍ରିମକୋର୍ଟଙ୍କ ଦେଖାଶୁଣାରେ ବିଶ୍ବାସନୀୟ ଢଙ୍ଗରେ ଏହାର ତଦନ୍ତ ହେଉ। ଆମେ କେବଳ ସୁପ୍ରିମକୋର୍ଟ ଉପରେ ଭରସା ରଖିପାରିବୁ, ଅନ୍ୟ କୌଣସି ତଦନ୍ତକାରୀ ଏଜେନ୍ସି ଉପରେ ନୁହେଁ। ସେ ଅଭିଯୋଗ କରିଛନ୍ତି, ତଦନ୍ତକାରୀ ଏଜେନ୍ସିର ସ୍ବାଧିନତା ପ୍ରଭାବିତ ହୋଇଛି। ଏହା ପୂର୍ବରୁ ମମତା ‘ଏକ୍ସ’ରେ ଅଜିତ ପାଓ୍ବାରଙ୍କ ମୃତ୍ୟୁ ନେଇ ସମବେଦନା ବ୍ୟକ୍ତ କରିଥିଲେ। ସେ କହିଥିଲେ ଦୁର୍ଘଟଣାର ଉଚିତ ଯାଞ୍ଚ କରାଯାଉ। ଅଜିତଙ୍କ ପରିବାର,ତାଙ୍କର ଦାଦା ଶରଦ ପାଓ୍ବାର ତଥା ତାଙ୍କ ସବୁ ମିତ୍ର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ରହିଛି।’

Tags: