ଆରାବଳୀ ପର୍ବତମାଳା ମାମଲା ,ନିଷ୍ପତି ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଆରାବଳୀ ପର୍ବତମାଳା ମାମଲା ,ନିଷ୍ପତି ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ମାମଲା ନିଷ୍ପତ୍ତି ବଦଳାଇଲେ ସୁପ୍ରିମକୋର୍ଟ I ଖଣି ଖନନ ସମ୍ପର୍କରେ ସର୍ବୋଚ୍ଚ ଅଦାଲତ ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଖଣି ଖନନ ମାମଲାରେ ଗତ ମାସରେ ଜାରି କରିଥିବା ନିଜସ୍ୱ ଆଦେଶକୁ ସୋମବାର ଶୁଣାଣିରେ ସ୍ଥଗିତ ରଖିଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । 

ସମ୍ବନ୍ଧିତ ଖବର ବଢିଲା କିଙ୍ଗଖାନଙ୍କ ଅଡୁଆ, KKR ରୁ ବିଦାହେବେ ବଙ୍ଗଳାଦେଶୀ କ୍ରିକେଟର

ସୋମବାର ବହୁ ଚର୍ଚ୍ଚିତ ଆରାବଳୀ ମାମଲାର ଶୁଣାଣି ହୋଇଥିଲା । ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଆରାବାଳୀ ପର୍ବତ ଶ୍ରେଣୀର ସଜ୍ଞା ବାବଦରେ ଉଲ୍ଲେଖ ହୋଇଥିଲା । ତେବେ ସୁପ୍ରିମକୋର୍ଟ ପର୍ବତ ଶ୍ରେଣୀର ନୂଆ ସଜ୍ଞା ବାବଦରେ ଉଲ୍ଲେଖ କରିବା ପରେ ବିବାଦ ହୋଇଥିଲା । ଅନେକ ପରିବେଶବିତ ରାୟକୁ ବିରୋଧ କରିଥିଲେ । ଆରାବଳୀ ଜୈବ ବିବିଦ୍ଧତା ପାଇଁ ଜରୁରୀ । ଏହାର ସଜ୍ଞା ବଦଳାଇ ଖଣି ଖନନ କରିବା ଠିକ୍ ହେବନି ବୋଲି ପ୍ରକୃତି ପ୍ରେମୀ ଯୁକ୍ତି ବାଢିଥିଲେ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଅବକାଶ ଖଣ୍ଡପୀଠ କହିଛନ୍ତି ଯେ ଆମେ କମିଟିର ସୁପାରିଶ ଏବଂ ଏହି କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିବା ଆବଶ୍ୟକ । ଖଣ୍ଡପୀଠ ଏକ ନୂତନ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ କମିଟି ଗଠନ ନ ହେବା ପର‌୍ୟ୍ୟନ୍ତ ଏହି ସ୍ଥଗିତ ବଳବତ୍ତର ରହିବ । ଏକ ନୂତନ ବିଶେଷଜ୍ଞ ପ୍ୟାନେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପର୍ବତ ଉପରେ କଣ ପ୍ରଭାବ ପଡ଼ିବ ତାହାର ତର୍ଜମା କରି ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୨୧ ତାରିଖ ଧାର୍ଯ୍ୟ ହୋଇଛି । 

ସମ୍ବନ୍ଧିତ ଖବର ଆମେରିକା ସହ ଉତ୍ତେଜନା ମଧ୍ୟରେ ଭେନେଜୁଏଲାର ରାଜଧାନୀ କାରାକାସରେ ଏକାଧିକ ବିସ୍ଫୋରଣ

ନଭେମ୍ବର ୨୦ରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ଯେ ଏହି ଅଞ୍ଚଳରେ କୌଣସି ନୂତନ ଖଣି କାର୍ଯ୍ୟକଳାପକୁ ଅନୁମତି ଦେବା ପୂର୍ବରୁ ସ୍ଥାୟୀ ଖଣି ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରନ୍ତୁ । ଆଜିର ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ କୋର୍ଟ ଗତ ମାସରେ ସେହି ଯୋଜନାକୁ ଗ୍ରହଣ କରିଛନ୍ତି । ସିଜେଆଇ ଏହାକୁ ଖଣ୍ଡନ କରି କହିଥିଲେ, ଆମେ ବିଶ୍ୱାସ କରୁଛୁ ଯେ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ପର୍ଯ୍ୟବେକ୍ଷଣକୁ ଭୁଲ ବ୍ୟାଖ୍ୟା କରାଯାଉଛି। କାର୍ଯ୍ୟନ୍ୱୟନ ପୂର୍ବରୁ କିଛି ସ୍ପଷ୍ଟୀକରଣ ଆବଶ୍ୟକ ଏବଂ ଜଣେ ନିରପେକ୍ଷ ଓ ସ୍ୱାଧୀନ ବିଶେଷଜ୍ଞଙ୍କ ମତାମତ ବିଚାର କରାଯିବା ଉଚିତ। 

ସମ୍ବନ୍ଧିତ ଖବର କର୍ଣ୍ଣାଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

 

Tags: