ରାମ ମନ୍ଦିର ଦାନ ଅର୍ଥ ଚୋରି ଘଟଣା , ଶୀଘ୍ର ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ । ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଯାଚିକା ଦାୟର କରିଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ ପଚାରିଥିଲେ ମାମଲାର ଶୁଣାଣି ପାଇଁ ଏତେ ଜଲ୍ଦି କାହିଁକି । ଏହି ମାମଲାର ଶୁଣାଣି ଛୁଟି ସରିବା ପରେ ହେବ ବୋଲି କୋର୍ଟ କହିଛନ୍ତି ।
ଆବେଦନରେ ରାମ ମନ୍ଦିର ପାଇଁ ମିଳିଥିବା ଦାନରେ ଅନିୟମିତତାର ଅଭିଯୋଗରେ ସିବିଆଇ ତଦନ୍ତ ଦାବି କରାଯାଇଥିଲା । ରାମ ଜନ୍ମଭୂମି ଟ୍ରଷ୍ଟ ଏହି ଅର୍ଥକୁ ଭୁଲ୍ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକାରେ ବ୍ୟକ୍ତି ଜଣକ ମାମଲାରୁ ନେଇ ଏଫଆଇଆର କରିଥିଲେ । ବ୍ୟକ୍ତିଙ୍କ କହିବାନୁଯାୟୀ, ଟ୍ରଷ୍ଟ ଅର୍ଥରେ କିଛି ଗଡ଼ବଡ ରହିଛି, ଏହାର ଯାଞ୍ଚ ହେବା ଦରକାର । ବର୍ତ୍ତମାନ, ଉତ୍ତର ପ୍ରଦେଶ ସରକାରଙ୍କ ସ୍ୱତନ୍ତ୍ର ତଦନ୍ତ ଦଳ ଏହି ମାମଲାର ତଦନ୍ତ କରୁଛି ।
ସେପଟେ ଅଯୋଧ୍ୟା ରାମ ମନ୍ଦିରରେ ଦାନରାଶି ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଏମାନଙ୍କୁ ପଚରାଉଚରା କରିବା ପାଇଁ ୧୪୦ ଲୋକଙ୍କ ବୟାନ ନିଆଯିବ । ଚମ୍ପତ ରାୟ ଏବଂ ଅନିଲ ମିଶ୍ରାଙ୍କ ଷ୍ଟେଟମେଣ୍ଟ ନିଆଯିବ ।
ଏହି ମାମଲାକୁ ନେଇ ରବିବାର ଦିନ ୧୦ଟି ସ୍ଥାନରେ ଅଯୋଧ୍ୟା ପୋଲିସ ଚଢାଉ କରିଛି । ଏହି ଚଢାଉ ୬ରୁ ୮ ଘଣ୍ଟା ଚାଲିଥିଲା ।




