ତିସ୍ତା ଶୀତଲୱାଡ଼ ଙ୍କ ଜାମିନ ଆବେଦନ ଉପରେ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟ ଙ୍କ ନୋଟିସ୍
ତିସ୍ତା ଶୀତଲୱାଡ଼ଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି I ନୋଟିସ ଅନୁସାରେ ସେପ୍ଟେମ୍ବର ୧ସୁଦ୍ଧା ଏହାର ଉତ୍ତର ମାଗିଛନ୍ତି। ତିସ୍ତା ଶୀତଲୱାଡ଼ଙ୍କ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଆମେ ମଧ୍ୟବର୍ତ୍ତୀକାଳୀନ ଜମାନତ ଚାହୁଁଛୁ, ଯାହାକି ସେପ୍ଟେମ୍ବର ୧୯ ରେ ହାଇକୋର୍ଟରେ ଶୁଣାଣି ହେବ ବୋଲି କୁହାଯାଇଛି I ଏ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗୁଜୁରାଟ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ତିସ୍ତାଙ୍କୁ କେଉଁ ଭଳି ଜମାନତ […]
ତିସ୍ତା ଶୀତଲୱାଡ଼ଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି I ନୋଟିସ ଅନୁସାରେ ସେପ୍ଟେମ୍ବର ୧ସୁଦ୍ଧା ଏହାର ଉତ୍ତର ମାଗିଛନ୍ତି। ତିସ୍ତା ଶୀତଲୱାଡ଼ଙ୍କ ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଛନ୍ତି ଯେ ଆମେ ମଧ୍ୟବର୍ତ୍ତୀକାଳୀନ ଜମାନତ ଚାହୁଁଛୁ, ଯାହାକି ସେପ୍ଟେମ୍ବର ୧୯ ରେ ହାଇକୋର୍ଟରେ ଶୁଣାଣି ହେବ ବୋଲି କୁହାଯାଇଛି I ଏ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗୁଜୁରାଟ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ତିସ୍ତାଙ୍କୁ କେଉଁ ଭଳି ଜମାନତ ଦିଆଯିବା ଉଚିତ ତାହା ଆମେ ବିଚାର କରିବୁ। ଆପଣ ଗୁରୁବାର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ I
ସୂଚନାନୁସାରେ ମାନବାଧିକାର କର୍ମୀ ତିସ୍ତା ୨୦୦୨ ଗୁଜୁରାଟ ଦଙ୍ଗା ଷଡଯନ୍ତ୍ର ମାମଲାରେ ରାଜ୍ୟର ଉଚ୍ଚ ପଦାଧିକାରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଫସାଇବା ପାଇଁ ଜାଲ କାଗଜପତ୍ର କରିଥିବାର ଅଭିଯୋଗ ହୋଇଥିଲା I ଏହାପରେ ଗୁଜୁରାଟ ଏଟିଏସର ଦୁଇଟି ଟିମ୍ ମୁମ୍ବାଇ ରୁ ତିସ୍ତା ଙ୍କୁ ଗିରଫ କରି ପ୍ରଥମେ ମହାରାଷ୍ଟ୍ର ଓ ପରେ ଗୁଜରାଟ ର ଅହମଦାବାଦ ଜେଲ କୁ ଆଣିଥିଲେ । ଏହି ଜାଲ କାଗଜପତ୍ର ମାମଲାରେ କ୍ରାଇମ ବ୍ରାଞ୍ଚ ଗାନ୍ଧିନଗରରୁ ପୂର୍ବତନ ରାଜ୍ୟ ଡିଜିପି ଆର.ବି ଶ୍ରୀକୁମାର ଓ ଡିଜି ସଞ୍ଜୀବ ଭଟ୍ଟ ମଧ୍ୟ ଗିରଫ ହୋଇ ପାଲାନପୁର ଜେଲରେ ରହିଛନ୍ତି I




