ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସର୍ବୋଚ୍ଚ ନୟାଳୟଙ୍କ ବିରଳ ରାୟ । ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ଅନୁମତି ଦେଲେ ସୁପ୍ରିମ କୋର୍ଟ । ପଞ୍ଜାବର ୩୧ବର୍ଷୀୟ ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ପ୍ରଦାନ କରିଛନ୍ତି ସର୍ବୋଚ୍ଚକୋର୍ଟ । ସେ ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ବେଳେ ୨୦୧୩ରେ ୪ ମହଲା କୋଠାରୁ ପଡି ଗୁରୁତର ହୋଇଥିଲେ । ସେହିଦିନ ଠାରୁ ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ଚିକିତ୍ସିତ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଘଟିନାହିଁ । ତେଣୁ ତାଙ୍କ ଲାଇଫ ସପୋର୍ଟ ହଟାଇବାକୁ ପରିବାର ଲୋକେ ସର୍ବୋଚ୍ଚ କୋର୍ଟଙ୍କୁ ନିବେଦନ କରିଥିଲେ । ପରିବାର ଲୋକଙ୍କ ଅନୁରୋଧ କ୍ରମେ ସର୍ବୋଚ୍ଚ କୋର୍ଟ ଇଚ୍ଛାମୃତ୍ୟୁ ( ପାସିଭ୍ ଇଉଥାନାସିଆ) ବା ପରୋକ୍ଷ ଇଚ୍ଛାମୃତ୍ୟୁ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଅତ୍ୟନ୍ତ ସମ୍ମାନର ସହିତ ଏହି ପୁରା ପ୍ରକ୍ରିୟା କରାଯିବା ଆବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନୟାଳୟ । ଏହାସହ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନୟାଳୟ ।

ସମ୍ବନ୍ଧିତ ଖବର ଯୁଦ୍ଧ ପାଇଁ ଇରାକରେ ଘନ ଅନ୍ଧାର

njhuy

ସମ୍ବନ୍ଧିତ ଖବର ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଇରାନ

୨୦୧୮ ମସିହାରେ ସମ୍ମାନର ସହ ମରିବାର ଅଧିକାରକୁ ସ୍ୱୀକୃତି ମିଳିବା ପରେ ଏହା ହେଉଛି ପ୍ରଥମ ବ୍ୟକ୍ତିଗତ ମାମଲା ଯେଉଁଥିରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ ମସିହାରେ ଚଣ୍ଡିଗଡ଼ରେ ପାଠ ପଢୁଥିବା ସମୟରେ ହରିଶ୍ ଏକ କୋଠାର ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ସେ ସମ୍ପୂର୍ଣ୍ଣ ଅକ୍ଷମ ହୋଇ ବିଛଣାରେ ପଡ଼ିଥିଲେ । ସେ ନିଜେ ନିଶ୍ୱାସ ନେଇପାରୁ ନଥିଲେ କିମ୍ବା ଖାଇପାରୁ ନଥିଲେ । କେବଳ ପାଇପ୍ ସାହାଯ୍ୟରେ ତାଙ୍କୁ ବଞ୍ଚାଇ ରଖାଯାଇଥିଲା ।

ସମ୍ବନ୍ଧିତ ଖବର ଇରାନ ତା'ର ଯୁଦ୍ଧଜାହାଜ ଉପରେ ଟର୍ପେଡୋ ଆକ୍ରମଣର କିଛି ଘଣ୍ଟା ପରେ ଆମେରିକୀୟ ଟ୍ୟାଙ୍କର୍ ଉପରେ ଆକ୍ରମଣ କଲା

କୋର୍ଟଙ୍କ ଦ୍ୱାରା ଗଠିତ ଡାକ୍ତରୀ ଟିମ କହିଥିଲେ ଯେ, ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ଅସମ୍ଭବ । ହରିଶଙ୍କୁ ଦିଆଯାଉଥିବା କୃତ୍ରିମ ଖାଦ୍ୟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଧୀରେ ଧୀରେ ହଟାଇ ଦିଆଯାଉ । ଯାହାଫଳରେ ସେ ପ୍ରାକୃତିକ ଭାବେ ମୃତ୍ୟୁବରଣ କରିପାରିବେ ବୋଲି କୋର୍ଟ କହିଛନ୍ତି । ପୁଅ ବହୁତ କଷ୍ଟ ପାଉଥିବାରୁ ତାଙ୍କୁ ଏହି ଅତି ଦୟନୀୟ ଅବସ୍ଥାରୁ ମୁକ୍ତି ଦିଆଯାଉ ବୋଲି ହରିଶଙ୍କ ବୃଦ୍ଧ ପିତାମାତା ଏବଂ ଭାଇ କୋର୍ଟରେ ଗୁହାରି କରିଥିଲେ ।

ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ମାମଲାର ରେ ଶୁଣାଇବାବେଳେ ସୁପ୍ରିମକୋର୍ଟଙ୍କ ରାୟର ଅନେକ ଦିଗକୁ ବିଚାର କରିଥିଲେ ଏହି ମାମଲାର ଶୁଣାଣି ସମୟରେ ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଅତ୍ୟନ୍ତ  ଭାବପ୍ରବଣ ହୋଇପଡ଼ିଥିଲେ ।

Tags: