ରକେଟ୍ ବିକ୍ରମ-୧ ର ସଫଳ ଉତକ୍ଷେପଣ

ରକେଟ୍ ବିକ୍ରମ-୧ ର ସଫଳ ଉତକ୍ଷେପଣ
Samaya Live News Picture
Published On

ନୂଆଦିଲ୍ଲୀ : ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହେବାକୁ ଯାଉଛି ଏକ ନୂଆ ସ୍ଵର୍ଣ୍ଣିମ ଅଧ୍ୟାୟ । କିଛି ସମୟ ସ୍ଥଗିର ରହିବା ପରେ ଭାରତର ପ୍ରଥମ ବେସରକାରୀ କକ୍ଷପଥ ରକେଟ୍ ବିକ୍ରମ-୧ ର ସଫଳ ଉତକ୍ଷେପଣ ହୋଇଛି । ମିସନ୍ ଆଗମନ ନାମକ ଏହି ଉତ୍ କ୍ଷେପଣ, ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟର (SDSC-SHAR) ର ପ୍ରଥମ ଲଞ୍ଚ ପ୍ୟାଡ୍ ରୁ IST ସକାଳ ୧୧:୩୦ ରେ କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରାୟ ୫ ମିନିଟ୍ ପୂର୍ବରୁ କାଉଣ୍ଟଡାଉନ୍ ବନ୍ଦ କରାଯାଇଥିଲା । ତେବେ ଦିନ ୧୨.ଟା ୫ ରେ ପୁଣି ଏହାର ସଫଳ ଉତ୍କ୍ଷେପଣ କରାଯାଇଥିଲା । ସ୍କାଏରୁଟ୍ ଏରୋସ୍ପେସ୍‌ର ସ୍ୱଦେଶୀ କକ୍ଷୀୟ ରକେଟ୍ 'ବିକ୍ରମ-୧'ର ପ୍ରଥମ ଉଡ଼ାଣ କେବଳ ଏକ ଲଞ୍ଚ ନୁହେଁ, ବରଂ ଭାରତର ବେସରକାରୀ ମହାକାଶ ଶକ୍ତିର ନୂଆ ପରିଚୟ ସୃଷ୍ଟି କରିଛି । ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ରକେଟ୍ ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତାର ପ୍ରମାଣ ଦେଉଛି ।

ପୂର୍ବରୁ ୨୦୨୨ ମସିହାରେ କମ୍ପାନୀ 'ବିକ୍ରମ-S' ସବ୍-ଅର୍ବିଟାଲ୍ ରକେଟର ସଫଳ ପରୀକ୍ଷଣ କରିଥିଲା। ଯାହା ୮୯.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏଥର 'ବିକ୍ରମ-୧' ଲୋ ଅର୍ଥ ଅରବିଟ୍ ଅର୍ଥାତ୍ ୪୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇ ପେଲୋଡ୍ ସ୍ଥାପନ କରିବ ।

 

Tags: