BLUE BIRD BLOCK - 2 ସାଟେଲାଇଟର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ : ଇତିହାସ ରଚିଲା ଇସ୍ରୋ । ସବୁଠୁ ଓଜନିଆ ସାଟେଲାଇଟର ସଫଳ ଉତକ୍ଷେପଣ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି । ବାହୁବଳି ରକେଟ LVM 3 ଜରିଆରେ ସାଟେଲାଇଟ BLUE BIRD BLOCK - 2 କୁ କକ୍ଷପଥରେ ଅବସ୍ଥାପିତ କରାଯାଇଛି । ଏକ କମ ବଜେଟ, ସଠିକ ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହିତ ISRO ବୁଧବାର ସକାଳେ ଏହାକୁ ସଫଳତାର ସହିତ ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି । ଏହି ସାଟେସାଇଟ ହେଉଛି ଆମେରିକାର AST ସ୍ପେସ୍ ମୋବାଇଲର ।
ସାଟେଲାଇଟ୍ ଟେଲି କମ୍ୟୁନିକେସନ୍ କ୍ଷେତ୍ରରେ ମିଳିବ ବଡ଼ ସଫଳତା । ମହାକାଶରେ ସ୍ଥାପନ ହେବ BLUE BIRD BLOCK - 2, ଯାହା ମୋବାଇଲ୍ ଟାୱାର୍ଗୁଡ଼ିକ ଭଳି କାମ କରିବ । ଏ କ୍ଷେତ୍ରରେ ଏବେ ଇତିହାସ ରଚିଛି ଭାରତ । ମହାକାଶକୁ ଉତକ୍ଷେପଣ ହୋଇଛି ଆମେରିକାର ବାଣିଜ୍ୟିକ ଯୋଗାଯୋଗ ସାଟେଲାଇଟ୍ BLUE BIRD BLOCK - 2 । ୬.୧ ଟନ୍ ଓଜନର ଏହି ବିଶାଳ ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବ ଇସ୍ରୋର ବାହୁବଳୀ ରକେଟ୍ LVM -3।
ଆଜି ସକାଳ ୮ଟା ୫୫ ରେ ଏହି ସାଟାଲାଇଟକୁ ଆନ୍ଧ୍ରର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା । ଏହାର ଓଜନ ହେଉଛି ହେଉଛି ୬୧୦୦ କେଜି। ଉଚ୍ଚତା ହେଉଛି ୪୩.୫ ମିଟର। ଏହି ମିଶନ ସଫଳ ହୋଇଥିବାରୁ ଏବେ ବିନା ଟାୱାରରେ ସିଧାସଳଖ ମୋବାଇଲରେ ମିଳିପାରିବ ହାଇସ୍ପିଡ୍ ଇଣ୍ଟରନେଟ । ପ୍ରାୟ ୧୦ ଗୁଣା ଅଧିକ ସ୍ପିଡ୍ ର ଇଣ୍ଟରନେଟ ମିଳିବ । ISRO ଅନୁଯାୟୀ, ଏହା LVM3 ଦ୍ୱାରା ସଫଳତାର ସହ ପ୍ରକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ପେଲୋଡ। ପୂର୍ବରୁ, ଏହି ରେକର୍ଡ CMS-03 ଦ୍ୱାରା କରାଯାଇଥିଲା।
BLUE BIRD BLOCK - 2 ସାଟେଲାଇଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି, ଏହା ମୋବାଇଲ ଟାୱାର କିମ୍ବା ଅତିରିକ୍ତ ଆଣ୍ଟେନାର ଆବଶ୍ୟକତା ବିନା ସ୍ମାର୍ଟଫୋନକୁ ସିଧାସଳଖ 4G ଏବଂ 5G ନେଟୱାର୍କ ପ୍ରଦାନ କରିବ। ଏହି ପ୍ରଯୁକ୍ତିବିଦ୍ୟା ହିମାଳୟ, ମରୁଭୂମି, ସମୁଦ୍ର ଏବଂ ବିମାନ ଭଳି ସ୍ଥାନରେ ମଧ୍ୟ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବାରେ ସକ୍ଷମ।
ଏହି ମିଶନର ଆଉ ଏକ ବିଶେଷତ୍ଵ ହେଲା ବାହୁବଳୀ ରକେଟ LVM 3 ର ଏହା ହେଉଛି ନବମ ସଫଳ ଉତକ୍ଷେପଣ। ଏହା ଆଗରୁ ୮ଟି ମିଶନ ସଫଳ ହୋଇଛି। ଅର୍ଥାତ ଶହେ ପ୍ରତିଶତ ସଫଳ । ୨୦୨୩ରେ ଚନ୍ଦ୍ରଯାନ-୩ ମଧ୍ୟ ସଫଳ ହୋଇଥିଲା। ଆଜିର ମିଶନ ହେଉଛି ୩ୟ କମର୍ସିଆଲ୍ ଉତକ୍ଷେପଣ ।



