ସାର୍ବଜନୀନ ସ୍ଥାନରୁ ହଟିବେ ବୁଲା କୁକୁର - ସୁପ୍ରିମକୋର୍ଟ

ସାର୍ବଜନୀନ ସ୍ଥାନରୁ ହଟିବେ ବୁଲା କୁକୁର - ସୁପ୍ରିମକୋର୍ଟ
Samaya Live News Picture
Published On

ନୂଆଦିଲ୍ଲୀ : ବୁଲା କୁକୁରଙ୍କ ପାଇଁ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସାର୍ବଜନୀନ ସ୍ଥାନରୁ ବୁଲାକୁକୁରଙ୍କୁ ହଟାଇବା ପାଇଁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସ୍କୁଲ, ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ଏନଏଚ ,ଏକ୍ସପ୍ରେସ ୱେ ରୁ ବୁଲାକୁକୁର ଏବଂଗାଈଙ୍କୁ ତୁରନ୍ତ ହଟାଯିବ । ଏପରିକି ହିଂସ୍ର ବୁଲା କୁକୁରଙ୍କୁ ମାରିଦେବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି । ଏଥିପାଇଁ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କହିଛନ୍ତି । ଜନସୁରକ୍ଷାକୁ ପ୍ରାଥମିକତା ଦେଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ବୁଲା କୁକୁରଙ୍କ ସମ୍ପର୍କରେ ଦାଖଲ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ୨୦୨୫ର ନିର୍ଦ୍ଦେଶ ବଳବତ୍ତର ରହିଛି । ରାସ୍ତାରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ପରିବର୍ତ୍ତନ କରାଯିବ ନାହିଁ।ବୋଲି କହିଛନ୍ତି  ।

ଆବେଦନଗୁଡ଼ିକରେ ଦାବି କରାଯାଇଥିଲା ଯେ ସାର୍ବଜନୀନ ସ୍ଥାନ ଏବଂ ରାସ୍ତାରୁ ଧରାପଡ଼ିଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ (ଟିକାକରଣ) କରାଯାଇ ମୁକ୍ତ କରାଯିବ, କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଖାରଜ କରିଦେଇଛନ୍ତି।

ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇ କହିଛନ୍ତି ଯେ ଲୋକଙ୍କ ଜୀବନ ସୁରକ୍ଷା କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ, ତେଣୁ ରାସ୍ତାରେ ବୁଲୁଥିବା ବିପଦପୂର୍ଣ୍ଣ ଏବଂ ଅସୁସ୍ଥ କୁକୁରମାନଙ୍କୁ ଇଞ୍ଜେକ୍ସନ ଦ୍ୱାରା ହତ୍ୟା କରାଯାଇପାରିବ। ନିର୍ଦ୍ଦେଶାବଳୀ ପାଳନ କରାଯିବା ଉଚିତ, ଏବଂ ଯେଉଁମାନେ ଏପରି ନ କରନ୍ତି ସେମାନଙ୍କୁ ଅବମାନନା ମାମଲା ସାମ୍ନା କରିବାକୁ ପଡ଼ିବ। 

Tags: