ତାମିଲନାଡୁରେ ଷ୍ଟାଲିନଙ୍କ ସମେତ ୧୫ ମନ୍ତ୍ରୀ ପଛୁଆ
ଚେନ୍ନାଇ: ତାମିଲନାଡ଼ୁରେ ତୃତୀୟ ପର୍ଯ୍ୟାୟ ଗଣନା ପରେ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀରେ ପଛରେ ଥିବା ୧୪ ଜଣ ଡିଏମକେ ମନ୍ତ୍ରୀଙ୍କ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସାମିଲ ଅଛନ୍ତି। ନିର୍ବାଚନ କମିସନ (ଇସି) ଅନୁଯାୟୀ କୋଲାଥୁରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଷ୍ଟାଲିନ ୨,୨୭୭ ଭୋଟରେ ପଛରେ ଥିବାବେଳେ ଚେପୌକ-ଥିରୁଭାଲିକେନିରେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିଂ ୧,୨୪୪ ଭୋଟରେ ପଛରେ ରହିଛନ୍ତି। ଡିଏମକେ ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ମନ୍ତ୍ରୀ ଦୁରାଇ ମୁରୁଗାନ ମଧ୍ୟ କଟପାଡି ବିଧାନସଭା କ୍ଷେତ୍ରରେ ୨,୨୯୩ ଭୋଟରେ ପଛରେ ଅଛନ୍ତି। ସେହିଭଳି ପି ମନ୍ତ୍ରୀ ଜୀୱାନ୍ (ଥୋଥୁକ୍କୁଡି), ମା ସୁବ୍ରମଣ୍ୟନ୍ (ସଇଦାପେଟ), ଇଭି ଭେଲୁ (ତିରୁଭାନାମଲାଇ), ପି.କେ ସେକରବାବୁ (ହାରବର୍), ଟିଏମ୍ ଅନବରସାନ୍ (ଆଲାଣ୍ଡୁର), କେ.ଏନ୍ ନେହେରୁ (ତ୍ରିଚି ପଶ୍ଚିମ), ଗୋବି ଚେଜିଆନ୍ (ଥିରୁଭିନ୍ଦ) (ରସିପୁରମ୍), ଟିଆରବି ରାଜା (ମନାର୍ଗୁଡି), କେ.କେ.ଏସ୍.ଆର. ରାମଚନ୍ଦ୍ରନ ଏବଂ ଥଙ୍ଗମ ଥେନାରସୁ ତିରୁଚୁଲିରେ ପଛୁଆ ଅଛନ୍ତି।
Tags:




