ଦିଲ୍ଲୀ ବିସ୍ଫୋରଣ ମାମଲାରେ ଭାରତକୁ ସମର୍ଥନ ଜଣାଇଲା ଶ୍ରୀଲଙ୍କା

 ଦିଲ୍ଲୀ ବିସ୍ଫୋରଣ ମାମଲାରେ ଭାରତକୁ ସମର୍ଥନ ଜଣାଇଲା ଶ୍ରୀଲଙ୍କା
Samaya Live Desk Picture
Published On

କ‌ଲମ୍ବୋ: ଦିଲ୍ଲୀରେ ସୋମବାର ବୋମା ବିସ୍ଫୋରଣ ଘଟଣାରେ ଭାରତକୁ ସମବେଦନା ଜଣାଇଛି ପଡ଼ୋଶୀ  ଶ୍ରୀଲଙ୍କା। ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ‘ଏକ୍ସ’ରେ ଏକ ପୋଷ୍ଟରେ ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଭାରତର ଲୋକଙ୍କ ପ୍ରତି ତାଙ୍କ ସମର୍ଥନ ଜଣାଇଛନ୍ତି। ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସଜିତ ପ୍ରେମଦାସା ମଧ୍ୟ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ କହିବା ସହିତ ସମବେଦନା ଜ୍ଞାପନ କରିଛନ୍ତି। ଆତଙ୍କବାଦର ମୂଳପୋଛ ପାଇଁ ସମସ୍ତେ ଏକଜୁଟ ହେବାକୁ ସେ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ ଆହ୍ବାନ ଜଣାଇଥିଲେ।

ଲାଲକିଲ୍ଲା‌ଠାରେ ହୋଇଥିବା ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା, ଅନେକ ଆହତ ହୋଇଥିଲା। ଏହି ଘଟଣାରେ ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଭାରତ ପ୍ରତି ସମର୍ଥନ ଓ ସମବେଦନା ମିଳିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ ରା‌ଷ୍ଟ୍ରଦୂତ ରୁଭେନ୍‌ ଆଜାର୍‌ ସମ‌ବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। କାନାଡା ଓ ଆମେରିକ ସମବେଦନା ଜଣାଇବା ସହିତ ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଥିଲେ।