ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍‌ୱେରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ୨୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ, ୨୨ ଆହତ

ମୁମ୍ବାଇ-ନାଗପୁର ଏକ୍ସପ୍ରେସ୍‌ୱେରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ୨୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ, ୨୨ ଆହତ
Samaya Live Desk Picture
Published On
ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ୍‌ୱେରେ ଶୁକ୍ରବାର ଘଟିଛି ଭୟଙ୍କର ସିରିଜ୍‌ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ରାସ୍ତାରେ ଅଟକି ରହିଥିବା ଗାଡ଼ିଗୁଡ଼ିକୁ ପଛପଟୁ ଧକ୍କା ଦେବାରୁ ପ୍ରାୟ ୧୫ରୁ ୨୦ଟି ଗାଡ଼ି ପରସ୍ପର ସହ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ୨୨ ଜଣ ଆହତ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ରେ ଏକ ଟ୍ୟାଙ୍କର ଏକ୍ସପ୍ରେସ୍‌ୱେ ଉପରେ ଓଲଟି ପଡ଼ିଥିଲା। ଏହାକୁ ହଟାଇବା ପାଇଁ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ପୁଲିସ ପହଞ୍ଚି ଉଦ୍ଧାର ଓ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲା। ସତର୍କତାମୂଳକ ପଦକ୍ଷେପ ଭାବେ ରାସ୍ତାରେ ପ୍ରାୟ ୪୦ରୁ ୫୦ଟି ଗାଡ଼ିକୁ ଅଟକାଯାଇଥିଲା।
ଏହି ସମୟରେ ନାଗପୁରରୁ ମୁମ୍ବାଇ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ଅଟକି ରହିଥିବା ଗାଡ଼ିଗୁଡ଼ିକୁ ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ ଗୋଟିଏ ପରେ ଗୋଟିଏ ଗାଡ଼ି ପିଟି ହୋଇ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଥିବା ପୁଲିସ କର୍ମଚାରୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ଅନ୍ୟପଟେ, ଶୁକ୍ରବାର ଭୋର ସମୟରେ ମୁମ୍ବାଇ କୋଷ୍ଟାଲ୍‌ ରୋଡ୍‌ରେ ମଧ୍ୟ ୬ଟି ଗାଡ଼ି ପରସ୍ପର ସହ ଧକ୍କା ହୋଇଥିଲା। ଏଥିରେ ଏକ ମହିନ୍ଦ୍ରା ଏକ୍ସୟୁଭି୭୦୦ ଗାଡ଼ିରେ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣାରେ କେହି ଆହତ ହୋଇନଥିବା ଅଧିକାରୀମାନେ କହିଛନ୍ତି।
Tags: