ସୌମ୍ୟରଞ୍ଜନ ହତ୍ୟା ଘଟଣା ୭ଗିରଫ , ସାରା ଗାଁ ପୁରୁଷ ଶୂନ୍ୟ

ସୌମ୍ୟରଞ୍ଜନ ହତ୍ୟା ଘଟଣା ୭ଗିରଫ , ସାରା ଗାଁ ପୁରୁଷ ଶୂନ୍ୟ
Samaya Live News Picture
Published On

ଭୁବନେଶ୍ୱର : ଗୁରୁବାର ଭୁବନେଶ୍ବର ବାଲିଅନ୍ତା ଥାନା ଅଞ୍ଚଳରେ ଦିନ ଦ୍ବିପହରେ ଘଟିଥିଲା ବର୍ବର କାଣ୍ଡ । GRP କନେଷ୍ଟବଲ ସୈାମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ଏଯାଏଁ ୭ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ପୁଣି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଡିଜି ୱାଇ. ବି. ଖୁରାନିଆ କହିଛନ୍ତି । ଘଟଣାସ୍ଥଳର ଆଖପାଖ ଗାଁ ଗୁଡିକୁ ଗିରଫଦାରି ଭୟରେ ପୁରୁଷ ଶୂନ୍ୟ ହୋଇଯାଇଛି । ସିସିଟିଭି ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବାଲିଅନ୍ତା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

ସୌମ୍ୟରଞ୍ଜନଙ୍କ ସହ ଯାହା ଘଟିଲା ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ । ରାସ୍ତା ମଝିରେ ଅସଦାଚରଣ କରିବା ଅଭିଯୋଗକୁ ପରିବାର ଲୋକ ମିଛ ବୋଲି କହିଛନ୍ତି । ରାଜ୍ୟ ବାହାରେ ଦୁଇ ପୀଡିତା ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ କରିବାକୁ ଦାବି କରିଛନ୍ତି । ଗତକାଲି କ୍ରାଇମ୍ ସ୍ପଟ୍ ରେ ପୋଲିସ DG ଓ ମହିଳା କମିଶନ ଅଧ୍ୟକ୍ଷା ପହଞ୍ଚି ଅନୁଧ୍ୟାନ କରିଥିଲେ।

ଅନ୍ୟପଟେ ମହିଳା କମିଶନ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ଓ ପୋଲିସ ଠାରୁ ମଧ୍ୟ ରିପୋର୍ଟ ସଂଗ୍ରହ କରିଛନ୍ତି । ଘଟଣାଟି ଲୋକଲୋଚନକୁ ଆସିବା ପରଠୁ ପୀଡିତା ଓ ତାଙ୍କ ପରିବାର ଭୟ କରୁଛନ୍ତି । ଯେହେତୁ ଏଭଳି ଏକ ବର୍ବଚରିତ ଘଟଣା ଘଟି ସାରିଛି । ତେଣୁ ସେମାନେ ରାସ୍ତାରେ ଯିବା ଆସିବା ପାଇଁ ଭୟ କରୁଛନ୍ତି । ଅନ୍ୟପଟେ ଗତକାଲି ସୋମ୍ୟର ମୃତଦେହ ରଖି ରାସ୍ତା ରୋକ କରିଥିଲେ ସୋମ୍ୟର ସମର୍ଥକ। ବିଳମ୍ବିତ ରାତିରେ ସୌମ୍ୟର ଶେଷକ୍ରିୟା ସରିଛି ।

ସେପଟେ , ସିସିଟିଭି ଫୁଟେଜ ଆଧାରରେ ମିଳିଲା ଅସଦାଚରଣର ପ୍ରମାଣ । ଯୁବତୀକୁ ଅସଦାଚରଣ କରିଥିବା ଆଧାରରେ ଦୁଇ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି । ଜଣେ ମୃତ ସୌମ୍ୟରଞ୍ଜନ ହୋଇଥିବା ବେଳେ ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ପୋଲିସ୍ । ରାସ୍ତା ଉପରେ ସୋମ୍ୟ ସହ ଅନ୍ୟ ଅଭିଯୁକ୍ତ ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଧାରରେ ଗିରଫ କରାଯାଇଛି ।

ସୂଚନାନୁସାରେ, ଗତକାଲି ଅପରାହ୍ନରେ ସୌମ୍ୟଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଦାୟୀ କରି ନ୍ୟାୟ ଦାବିରେ ରାସ୍ତା ଅବରୋଧ କରିଥିଲେ। 

 

Tags: