ଲଞ୍ଜ ହେଲା ସୋଲାର୍ ଚୁଲା
ନୂଆଦିଲ୍ଲୀ:ଜୁଲାଇ ୦୬: ଏବେ ଘରେ ରୋଷେଇ କରିବା ହେବ ସହଜ । ଆଉ ଦରକାର ନାହିଁ ଘରୋଇ ଗ୍ୟାସ୍ କିମ୍ବା କୌଣସି ଜାଳେଣିର । ଆଜି ଇଣ୍ଡିଆନ ଓଏଲ ଏମିତି ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି, ଯାହା ସୌର ଶକ୍ତିରେ ଚାଲିବ । ଏହାକୁ ସୌର ଚୁଲା କୁହାଯାଏ । ରୋଷେଇ କରିବାରେ ଏହା ବେଶ ସହାୟକ ହେବ । ଚୁଲାର ବିଶେଷତ୍ୱ ଏହା ଯେ ଏହାକୁଚାର୍ଜ କରାଯାଇ ପାରିବ । ଚୁଲାକୁ […]
ନୂଆଦିଲ୍ଲୀ:ଜୁଲାଇ ୦୬: ଏବେ ଘରେ ରୋଷେଇ କରିବା ହେବ ସହଜ । ଆଉ ଦରକାର ନାହିଁ ଘରୋଇ ଗ୍ୟାସ୍ କିମ୍ବା କୌଣସି ଜାଳେଣିର । ଆଜି ଇଣ୍ଡିଆନ ଓଏଲ ଏମିତି ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି, ଯାହା ସୌର ଶକ୍ତିରେ ଚାଲିବ । ଏହାକୁ ସୌର ଚୁଲା କୁହାଯାଏ । ରୋଷେଇ କରିବାରେ ଏହା ବେଶ ସହାୟକ ହେବ । ଚୁଲାର ବିଶେଷତ୍ୱ ଏହା ଯେ ଏହାକୁଚାର୍ଜ କରାଯାଇ ପାରିବ । ଚୁଲାକୁ କିଣିବା ବ୍ୟତୀତ ରକ୍ଷଣାବେକ୍ଷଣ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଥିରେ ନା ଗ୍ୟାସର ଆବଶ୍ୟକତା ରହିଛି ନା କାଠର । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ପୁରୀ ଏହି ଚୁଲାକୁ ଲଞ୍ଚ କରିଛନ୍ତି । ଏହାର ନାମ ସୂର୍ଯ୍ୟ ନୂତନ ରଖାଯାଇଛି । ସୌର ଶକ୍ତିରେ ଚାଲୁଥିବା ଏହି ସୌର ଚୁଲା ସିଷ୍ଟମକୁ ଇଣ୍ଡିଆନ ଓଏଲର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଟିମ୍ ପ୍ରସ୍ତୁତ କରିଛନ୍ତି । ଏହି କୁକିଂ ସିଷ୍ଟମ ଜରିଆରେ ବିନା ଖର୍ଚ୍ଚରେ ଚାରୋଟି ପରିବାରର ଲୋକଙ୍କ ଟିଫିନ ସହ ମଧ୍ୟାହ୍ନ ଏବଂ ରାତ୍ର ଭୋଜନ ରୋଷେଇ ସହଜରେ କରାଯାଇ ପାରିବ । ଏହି କୁକିଂ ସିଷ୍ଟମର ମୂଲ୍ୟ ବହୁତ କମ ରହିଛି । ବର୍ତ୍ତମାନ ଏହି ସୂର୍ଯ୍ୟ ନୂତନ ଚୁଲାର ମୂଲ୍ୟ ୧୫ ହଜାର ଟଙ୍କା ରହିଛି । ଆଗାମୀ ସମୟରେ ଏହାରଚାହିଦା ବଢିଲେ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯିବ । ଏଥିରେ ଚୁଲାର ମୂଲ୍ୟରେ ମଧ୍ୟ ହ ୍ରାସ ଘଟିବ । ଫଳରେ ସାଧାରଣ ଲୋକ ମଧ୍ୟ ଏହାକୁ କିଣିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଏହାର ଉତ୍ପାଦନରେ ଘରୋଇ କମ୍ପାନୀ ରୁଚି ଦେଖାଇବେ ବୋଲି ଆଶା କରାଯାଉଛି । ଏହି ଚୁଲାର ବୈଧତା ୧୦ ବର୍ଷ ଯାଏଁ ରହିଛି । ଅର୍ଥାତ ଆପଣ ଥରୁଟିଏ କିଣିଲେ ୧୦ ବର୍ଷ ଯାଏଁ ମାଗଣାରେ ରୋଷେଇ କରି ପାରିବେ ବୋଲି ହରଦୀପ ପୁରୀ କହିଛନ୍ତି ।




