ଖାଇକୁ ଯାତ୍ରୀବାହୀ ବସ ଖସି ୬ ମୃତ

ଖାଇକୁ ଯାତ୍ରୀବାହୀ ବସ ଖସି ୬ ମୃତ
Samaya Live News Picture
Published On

ଉତ୍ତରପ୍ରଦେଶ: ଉତ୍ତରାଖଣ୍ଡ ଆଲମୋରା ଜିଲ୍ଲାରେ ଆଜି ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I  ଏକ ଯାତ୍ରୀବାହୀ ବସ ଗଭୀର ଖାଇକୁ ଖସି ପଡିବା ଫଳରେ ୬ ରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I  ବସ୍ ଟି ରାମନଗର ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଭିକିଆସେନ ନିକଟରେ ଘାଟିରୁ ତଳକୁ ଖସି ପଡିଥିଲା । ସୂଚନା ପାଇବା ପରେ ତୁରନ୍ତ SDRFଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହ ଅନେକ ଆହତମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।

ସୂଚନାନୁଯାୟୀ, ଆଜି ସକାଳ ୬ ଟା ବେଳେ ବସଟି ଭିକିଆସେନରୁ ଦ୍ୱାରହାଟରୁ ରାମନଗର ଅଭିମୁଖେ ଯାତ୍ରା କରୁଥିଲା । ଭିକିଆସେନ ବିନାୟକ ଜଲାଲି ମୋଟର ରୋଡର ଶୈଲାପାଣି ନିକଟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣାରେ ୬ ରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଅନେକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସରେ ସମୁଦାୟ ୧୨ ଜଣ ଯାତ୍ରୀ ଥିଲେ I ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କ ସଠିକ ସୂଚନା ମିଳିପାରି ନାହିଁ । ବିପର୍ଯ୍ୟୟ ପ୍ରଶସମନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।

ଅନ୍ୟପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, “ଆଲମୋଡା ଜିଲ୍ଲାର ଭିକିଆସେନ-ବିନାୟକ ମୋଟର ରାସ୍ତାରେ ଭିକିଆସେନରୁ ରାମନଗର ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଅତ୍ୟନ୍ତ ଦୁଃଖଦ । ଏହି ଘଟଣା ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ହୃଦୟ ବିଦାରକ । ମୃତକଙ୍କ ଆତ୍ମାର ଶାନ୍ତି ଏବଂ ଶୋକସନ୍ତପ୍ତ ପରିବାରଙ୍କୁ ଧୈର୍ଯ୍ୟ ଭଗବାନ ଦିଅନ୍ତୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହା ବ୍ୟତୀତ ଆହତମାନଙ୍କ ପାଇଁ ମଧ୍ୟ ସେ ଆରୋଗ୍ୟ କାମନା କରିଛନ୍ତି । 

 

Tags: