ଏସଆଇଆର ବୈଧ - ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଏସଆଇଆରକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ । ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ଦ୍ବାରା ଦେଶରେ କରାଯାଉଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍)କୁ ବୈଧ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି ଯେ ଏସଆଇଆର ପ୍ରକ୍ରିୟା ତ୍ରୁଟିହୀନ ଏବଂ ସମ୍ପୂର୍ଣ୍ଣ ସାମ୍ବିଧାନିକ। ଏହି ନିଷ୍ପତ୍ତି ଏହା ମଧ୍ୟ ସ୍ପଷ୍ଟ କରେ ଯେ ନିର୍ବାଚନ କମିଶନଙ୍କ କ୍ଷମତା ଅକ୍ଷୁର୍ଣ୍ଣ ରହିଛି। ଆଜି ସୁପ୍ରିମକୋର୍ଟ ବିହାରରେ ଏସଆଇଆର ଉପରେ ତାଙ୍କର ଏହି ରାୟ ଶୁଣାଇଛନ୍ତି । ଇସିଆଇଙ୍କର ଏସ୍ଆଇଆର୍ କରିବାର ଅଧିକାର ଅଛି ଓ ଏହା କୌଣସି ବୈଧାନିକ କିମ୍ବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏସ୍ଆଇଆର୍ ପ୍ରକ୍ରିୟା ଅନୁଯାୟୀ ଭୋଟର ତାଲିକାରୁ ନାମ ବାଦ୍ ଦେବା ନାଗରିକତା ନିର୍ଣ୍ଣୟ କରେ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ଗୁରୁତ୍ୱପୂର୍ଣ୍ଣ କାରଣ ଆବେଦନକାରୀ ଓ ବିରୋଧୀ ଯୁକ୍ତି ଦେଇଥିଲେ ଯେ, ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏସ୍ଆଇଆର୍ ‘ବ୍ୟାକ୍ ଡୋର୍’ ବା ତ୍ରୁଟିଯୁକ୍ତ ନାଗରିକତା ଯାଞ୍ଚ ପ୍ରକ୍ରିୟା ଥିଲା। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସ୍ଆଇଆର୍ ଜରୁରୀ । ସୁପ୍ରିମକୋର୍ଟ କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ସାମ୍ବିଧାନିକ। ଏହି ନିଷ୍ପତ୍ତି ଏହା ମଧ୍ୟ ସ୍ପଷ୍ଟ କରେ ଯେ ନିର୍ବାଚନ କମିଶନଙ୍କ କ୍ଷମତା ଅକ୍ଷୁର୍ଣ୍ଣ ରହିଛି।



