୬ଟି ରାଜ୍ୟରେ ଏକ ସପ୍ତାହ ବୃଦ୍ଧି ହେଲା ଏସଆଇଆର୍ (SIR) ଅବଧି

୬ଟି ରାଜ୍ୟରେ ଏକ ସପ୍ତାହ ବୃଦ୍ଧି ହେଲା ଏସଆଇଆର୍ (SIR) ଅବଧି

ନୂଆଦିଲ୍ଲୀ : ଏସଆଇଆର୍ (SIR) ଅବଧି ବୃଦ୍ଧି । ୬ଟି ରାଜ୍ୟରେ ଏସଆଇଆର୍ (SIR) ଅବଧି ବୃଦ୍ଧି କରିଛନ୍ତି  ନିର୍ବାଚନ କମିଶନ (EC ) । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ କ୍ରମେ ତାମିଲନାଡୁ, ଗୁଜରାଟ, ମଧ୍ଯପ୍ରଦେଶ, ଛତିଶଗଡ଼, ଆଣ୍ଡାମାନ ନିକୋବର ଓ ଉତ୍ତର ପ୍ରଦେଶର ଏସଆଇଆର୍ ଅବଧି ଆଉ ଏକ ସପ୍ତାହ ବୃଦ୍ଧି କରିଛନ୍ତି ନିର୍ବାଚନ କମିଶନ । 

ସମ୍ବନ୍ଧିତ ଖବର ଆଉଥରେ ରିଟର୍ଣ୍ଣ କରିବେକି ସିଦ୍ଧୁ ?

ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ତାମିଲନାଡୁ ଓ ଗୁଜରାଟରେ ଡିସେମ୍ବର ୧୯ ସୁଦ୍ଧା ଏସ୍‌ଆଇଆର୍‌ ଦାଖଲ କରାଯିବ। ପୂର୍ବରୁ ଏହି ତାରିଖ ଡିସେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିଲା। ମଧ୍ୟପ୍ରଦେଶ, ଛତିଶଗଡ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଏହି ସମୟସୀମା ଡିସେମ୍ବର ୧୮ ପରିବର୍ତ୍ତେ ଡିସେମ୍ବର ୨୩କୁ ଧାର୍ଯ୍ୟ କରାଯାଇଛି। ଅପରପକ୍ଷରେ ଉତ୍ତର ପ୍ରଦେଶ ପାଇଁ ଏହି ସମୟସୀମା ଡିସେମ୍ବର ୨୬ ପରିବର୍ତ୍ତେ ୩୧କୁ ପରିବର୍ତ୍ତନ କରାଯାଇଛି ।

ସମ୍ବନ୍ଧିତ ଖବର ମ୍ୟାଚ ପୂର୍ବରୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ ଖେଳାଳି

Tags: