ଦେଶର ପ୍ରଥମ ‘ପେପରଲେସ୍’ ନ୍ୟାୟପାଳିକା ରାଜ୍ୟ ହେଲା ସିକ୍କିମ

ଦେଶର ପ୍ରଥମ ‘ପେପରଲେସ୍’ ନ୍ୟାୟପାଳିକା ରାଜ୍ୟ ହେଲା ସିକ୍କିମ
Samaya Live News Picture
Published On

ସିକ୍କିମ : ସିକ୍କିମ ଦେଶର ପ୍ରଥମ କାଗଜପତ୍ର ବିହୀନ (ପେପରଲେସ) ନ୍ୟାୟପାଳିକା ଘୋଷିତ । ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଗ୍ୟାଙ୍ଗଟକରେ ଆୟୋଜିତ ଏକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ଏହାକୁ ନେଇ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଗୋଲେଇ ଖୁସି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଲେଇ ଏହାକୁ ଏକ ଦ୍ରୁତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ନ୍ୟାୟ ବ୍ୟବସ୍ଥା ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ।

ଗ୍ୟାଙ୍ଗଟକରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀ ସିକ୍କିମ ହାଇକୋର୍ଟଙ୍କ ଇ-କମିଟି ସହଯୋଗରେ ଆୟୋଜନ କରାଯାଇଛି, ଯେଉଁଥିରେ ଦେଶ ବିଦେଶର ବିଚାରବିଭାଗୀୟ ବିଶେଷଜ୍ଞ, ବିଚାରପତି ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ଭାଗ ନେଇଛନ୍ତି।ସିଜେଆଇ ସମ୍ବୋଧନରେ କହିଛନ୍ତି ଯେ ସିକ୍କିମର ପେପରଲେସ୍ ନ୍ୟାୟପାଳିକା କେବଳ ଏକ ରାଜ୍ୟର ଉପଲବ୍ଧି ନୁହେଁ ବରଂ ସାରା ଦେଶକୁ ଦିଗଦର୍ଶନ ଦେବା ଭଳି ଏକ ପଦକ୍ଷେପ। ସେ କହିଛନ୍ତି ଯେ ଏବେ ନ୍ୟାୟପାଇବା ଲାଗି ଲୋକଙ୍କୁ ଦୀର୍ଘ ଓ କଠିନ ଯାତ୍ରା କରିବାକୁ ପଡିବ ନାହିଁ। କାରଣ ଡିଜିଟାଲ ମାଧ୍ୟମରେ କେସ୍ ଦାଖଲ କରିବାରୁ ଆରମ୍ଭ କରି ଶୁଣାଣି ପର୍ଯ୍ୟନ୍ତ ପ୍ରକ୍ରିୟା ସହଜରେ ହେଉଛି । ସେ କହିଛନ୍ତି ଯେ ଭାରତୀୟ ନ୍ୟାୟ ବ୍ୟବସ୍ଥା ପାରମ୍ପରିକ କାଗଜ ପ୍ରଣାଳୀରୁ ଆଗକୁ ବଢି ଏକ ମଜଭୁତ ଡିଜିଟାଲ ପ୍ରଣାଳୀରେ ପରିବର୍ତ୍ତିତ ହୋଇ ସାରିଛି। ଇ-କୋର୍ଟ ପ୍ରକଳ୍ପରେ କୋର୍ଟ କାମ ଅନଲାଇନରେ ହେଉଛି ।

ସେହିପରି ସିକିମ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ଆଡ଼କୁ ଅଗ୍ରସର ହେବା ସହିତ, ଏକ ଦୃଢ଼, ପ୍ରଯୁକ୍ତିବିଦ୍ୟା-ଚାଳିତ ନ୍ୟାୟପାଳିକା ନିରପେକ୍ଷତା ସୁନିଶ୍ଚିତ କରିବା, ବିଶ୍ୱାସ ବୃଦ୍ଧି କରିବା ଏବଂ ସ୍ଥାୟୀ ବିକାଶକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

 

Tags: