ମୁଖ୍ୟମନ୍ତ୍ରୀ ବଙ୍ଗଳା ‘କାବେରୀ’ ରେ ରହିବେ ସିଦ୍ଦରମୈୟା

ଅନ୍ୟ ଏକ ସରକାରୀ ବାସଭବନ ଯିବେ ଶିବକୁମାର

ମୁଖ୍ୟମନ୍ତ୍ରୀ ବଙ୍ଗଳା ‘କାବେରୀ’ ରେ ରହିବେ ସିଦ୍ଦରମୈୟା
Samaya Live Desk Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟାଙ୍କ ଇସ୍ତଫା ପରେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଚୌକିରେ ବସିବାପାଇଁ ବାଟ ଫିଟିଛି। କିନ୍ତୁ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଭାବେ ଦିଆଯାଉଥିବା ସରକାରୀ ବଙ୍ଗଳା ‘କାବେରୀ’ ଏବେ ବି ତାଙ୍କ ଦଖଲରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଦୁଇ ନେତା ସରକାରୀ ବାସଭବନକୁ ନେଇ ଏକ ବୁଝାମଣାରେ ପହଞ୍ଚିଛନ୍ତି। ଏହି ବୁଝାମଣା ଅନୁଯାୟୀ, ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କାବେରୀ ବଙ୍ଗଳା ନିଜ ପାଖରେ ରଖିବେ ଏବଂ ୨୦୨୮ ପର୍ଯ୍ୟନ୍ତ ସେ ଏଠାରେ ରହିବେ। ଅନ୍ୟପକ୍ଷେ ଡିକେ ଶିବକୁମାର ତାଙ୍କ ନିଜ ବାସଭବନରେ ରହିବେ। ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବଦଳରେ ତାଙ୍କୁ ଯେଉଁ ସରକାରୀ ବଙ୍ଗଳା ମିଳିବ ସେଠାକୁ ସ୍ଥାନାନ୍ତରିତ ହେବେ। ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନର ଅପେକ୍ଷା ପରେ ଡିକେ ଶିବକୁମାର ଆଜି ଲୋକଭବନରେ ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Tags: