ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଗୁଳିକରି ହତ୍ୟା
ପଶ୍ଚିମବଙ୍ଗ: ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଗୁଳିକରି ହତ୍ୟା I ପଶ୍ଚିମବଙ୍ଗର ନବ ନିର୍ବାଚିତ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପି.ଏ.ଚନ୍ଦ୍ରନାଥ ରଥଙ୍କୁ ଗୁଳିକରି ହତ୍ୟା କରାଯାଇଛି । ବୁଧୁବାର ବିଳମ୍ବିତ ରାତିରେ କୋଲକାତା ଉତ୍ତର ୨୪ ପ୍ରଗଣା ମଧ୍ୟଗ୍ରାମରେ ଚନ୍ଦ୍ରନାଥଙ୍କୁ ଗୁଳି କରି ଖସି ଯାଇଛନ୍ତି ଦୁର୍ବୁତ୍ତ । ଚନ୍ଦ୍ରନାଥ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ତାଙ୍କ ଶରୀରରେ ତିନୋଟି ଗୁଳି ବାଜି ଥିଲା । ଯେଉଁଥିରେ ସେ ପ୍ରାଣ ହରାଇଥିଲେ । ଗୁଳିମାଡରେ କାରର ବାମ ପାର୍ଶ୍ୱ ଝରକା ଭାଙ୍ଗିଯାଇଛି । ଘଟଣାରେ କାର୍ ଚାଳକ ବୁଦ୍ଧଦେବ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ସଫଳତା ପରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରିଛନ୍ତି।
ଶୁଭେନ୍ଦୁଙ୍କ ସହ ଚନ୍ଦ୍ରକାନ୍ତ ଦୀର୍ଘବର୍ଷ ହେବ କାର୍ଯ୍ୟ କରୁଥିଲେ । ବିଜେପିର କାର୍ଯ୍ୟକ୍ରମ ସହ ଶୁଭେନ୍ଦୁଙ୍କ ବୈଠକ ମଧ୍ୟ ସେ ବୁଝାସୁଝା କରୁଥିଲେ । ବିଜଜେପି ନେତାଙ୍କ କୋର୍ ଟିମରେ ସେ ସାମିଲ ଥିଲେ । ଘଟଣାକୁ ନେଇ ଶୁଭେନ୍ଦୁ କହିଛନ୍ତି ଯେ, ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍ । ଦୁର୍ବୃତ୍ତମାନେ ଦୁଇ ତିନି ଧରି ଚନ୍ଦ୍ରକାନ୍ତଙ୍କ ପିଛା କରୁଥିଲେ । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାର ସଠିକ ତଦନ୍ତ ହେବ ବୋଲି ପଶ୍ଚିମବଙ୍ଗ ପୋଲିସ ଡିଜି କହିଛନ୍ତି ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଫଳାଫଳ ଆସିବା ପରେ ବିଜେପି ମିଠା ବାଣ୍ଟିଥିଲା । ଦଳ ୨୦୦ରୁ ଅଧିକ ସିଟରେ ବିଜୟୀ ହୋଇଛି । କିନ୍ତୁ ଦଳ ଜିତିଲା ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଉତ୍ତେଜନା ଏବଂ ହିଂସା ଦେଖିବାକୁ ମିଳିଛି ।



