କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ଝଟକା : ଅବୈଧ ନିର୍ମାଣ ଉପରେ ବୁଲିବ ବୁଲଡୋଜ଼ର

ମୁମ୍ବାଇ:କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ମୁମ୍ବାଇ ହାଇକୋର୍ଟଙ୍କ ଝଟକା I ନାରାୟଣ ରା଼ଣେଙ୍କର ଜୁହୁସ୍ଥିତ ବଙ୍ଗଳାରେ ନିର୍ମାଣ ହୋଇଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇବାକୁ ମୁମ୍ବାଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I ବ୍ରିହାନ୍‌ମୁମ୍ବାଇ ମହାନଗରପାଳିକା ବା ବିଏମ୍‌ସିକୁ ଏଥିପାଇଁ କୋର୍ଟ ୨ ସପ୍ତାହ ସମୟ ଦେଇଛନ୍ତି। ଏହାସହିତ ତାଙ୍କ ଉପରେ ୧୦ଲକ୍ଷ ଟଙ୍କା ର ଜୋରିମାନା ମଧ୍ୟ ଲଗାଯାଇଛି I ସୂଚନାନୁସାରେ ନାରାୟଣ ରା଼ଣେଙ୍କର ବଙ୍ଗଳାର ଉଚ୍ଚତା ର ପରମିସନ ୧୧ ମିଟର ଥିବାବେଳେ I ଏହା […]

Samaya Live Picture
Published On

ମୁମ୍ବାଇ:କେନ୍ଦ୍ରମନ୍ତ୍ରୀ ନାରାୟଣ ରା଼ଣେଙ୍କୁ ମୁମ୍ବାଇ ହାଇକୋର୍ଟଙ୍କ ଝଟକା I ନାରାୟଣ ରା଼ଣେଙ୍କର ଜୁହୁସ୍ଥିତ ବଙ୍ଗଳାରେ ନିର୍ମାଣ ହୋଇଥିବା ଅବୈଧ ନିର୍ମାଣ ଉପରେ ବୁଲଡୋଜର ଚଲାଇବାକୁ ମୁମ୍ବାଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I ବ୍ରିହାନ୍‌ମୁମ୍ବାଇ ମହାନଗରପାଳିକା ବା ବିଏମ୍‌ସିକୁ ଏଥିପାଇଁ କୋର୍ଟ ୨ ସପ୍ତାହ ସମୟ ଦେଇଛନ୍ତି। ଏହାସହିତ ତାଙ୍କ ଉପରେ ୧୦ଲକ୍ଷ ଟଙ୍କା ର ଜୋରିମାନା ମଧ୍ୟ ଲଗାଯାଇଛି I

ସୂଚନାନୁସାରେ ନାରାୟଣ ରା଼ଣେଙ୍କର ବଙ୍ଗଳାର ଉଚ୍ଚତା ର ପରମିସନ ୧୧ ମିଟର ଥିବାବେଳେ I ଏହା ୩୨ ମିଟର ପର୍ଯ୍ୟନ୍ତ ରହିଛି I ଫଳରେ ଏହାକୁ ବେଆଇନ ନିର୍ମାଣରେ ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ (FSI) ଏବଂ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି । ତେଣୁ ୨ ସପ୍ତାହ ମଧ୍ୟରେ ଏହି ଅବୈଧ ନିର୍ମାଣ ଭାଙ୍ଗିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି I

ଜଷ୍ଟିସ୍‌ ଆର୍‌.ଡି ଧାନୁକ ଓ ଜଷ୍ଟିସ କମଲ ଖତାଙ୍କ ଖଣ୍ଡପୀଠ କହିଛନ୍ତି, ‘ ନାରାୟାଣ ରାଣେଙ୍କ କମ୍ପାନୀ ଦ୍ୱାରା ଦାଖଲ କରାଯାଇଥିବା ଦ୍ୱିତୀୟ ଆବେଦନକୁ ବିଚାର କରିବାକୁ ବିଏମ୍‌ସି ଅନୁମତି ଦେଇ ପାରିବ ନାହିଁ। କାରଣ ଏହା ଦ୍ୱାରା ବେଆଇନ୍‌ ନିର୍ମାଣକୁ ପ୍ରୋତ୍ସାହନ ମିଳିବ।’

ସୂଚନା ମୁତାବକ, ରାଣେଙ୍କ କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ବେଆଇନ୍‌ ନିର୍ମାଣକୁ ନିୟମିତ କରିବା ପାଇଁ ଦାବି କରାଯାଇଛି। କୋର୍ଟ ବିଏମ୍‌ସିକୁ ଦୁଇ ସପପ୍ତାହ ଭିତରେ ବେଆଇ ନିର୍ମାଣ ହୋଇଥିବା କୋଠାର କିଛି ଅଂଶକୁ ଭାଙ୍ଗିବା ପାଇଁ ସମୟ ଦେଇଛନ୍ତି। ଏକ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାକୁ ବିଏମ୍‌ସିକୁ କୋର୍ଟ କହିଛନ୍ତି।

ସେପଟେ ସୁପ୍ରିମ କୋର୍ଟରେ ଅପିଲ କରିବା ପାଇଁ ବମ୍ବେ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶ ଉପରେ ୬ ସପ୍ତାହ ପାଇଁ ରୋକ୍‌ ଲଗାଇବାକୁ ରାଣେଙ୍କ ଓକିଲ ଅପିଲ କରିଥିଲେ। କିନ୍ତୁ ଅଦାଲତ ଏହାକୁ ଆଗ୍ରାହ୍ୟ କରିଦେଇଛନ୍ତି।