ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
Samaya Live News Picture
Published On

ନୂଆଦିଲ୍ଲୀ : ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ଦଣ୍ଡିତ କରିଛନ୍ତି ବାଂଲାଦେଶ କୋର୍ଟ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଜୋରଦାର ଛାତ୍ର ଆନ୍ଦୋଳନ ହୋଇଥିଲା । ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ହାସିନାଙ୍କ ଉପରେ ଅଭିଯୋଗ ହୋଇଛି।ଏଥିରେ୧୪ ଶହ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ମ।ନବତା ବିରୋଧୀ ବୋଲି କୋର୍ଟ କହିଛନ୍ତି । ପ୍ରାୟ ୪୦୦୦ ପୃଷ୍ଠାର ଦସ୍ତାବିଜ ପଢିବା ପରେ ଜଷ୍ଟିସ ଗୁଲାମ ମୁର୍ତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ଏହି ରାୟ ଦେଇଛନ୍ତି ।

ଛାତ୍ର ବିଦ୍ରୋହ ସମୟରେ ବାଂଲାଦେଶରେ ଭାଇରାଲ ହୋଇଥିବା ହାସିନାଙ୍କ ଏକ ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି  କୋର୍ଟ । ଏହି ଅଡିଓରେ, ହାସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣାଯାଉଛି। କୋର୍ଟ ତାଙ୍କ ରାୟରେ ମାନବାଧିକାର କମିଶନଙ୍କ ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି। ଏହି ଛ।ତ୍ର ଆନ୍ଦୋଳନ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ତାଙ୍କ ଆୱାମୀ ଲିଗ୍ ସରକାରର ପତନ ଘଟାଇଥିଲା।

ହସିନାଙ୍କ ବିରୋଧରେ ହତ୍ୟା, ନିର୍ଯାତନା, ଷଡଯନ୍ତ୍ର ଓ ମାନବତା ବିରୋଧରେ ଅପରାଧ ରୋକିବାରେ ବିଫଳ ନେଇ ୫ଟି ମୁଖ୍ୟ ଅଭିଯୋଗ ରହିଛି  । ଗତବର୍ଷ ଠାରୁ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଆଶ୍ରୟ ନେଇଛନ୍ତି ।

 

 

Tags: